ଗଜପତି ଜିଲ୍ଲାରେ ମାପ ଓଜନ ବିଭାଗ ସ୍ଥାଣୁ ପାଲଟି ଥିବାର ଅଭିଯୋଗ, ଠକାମୀର ଶିକାର ହେଉଛନ୍ତି ଖାଉଟି

48

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବା ମାପ ଓଜନ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇ ଥିବାର ଅଭିଯୋଗ ହେଉଛି।ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇ ଥିବାରୁ ଏଠାରେ 7 ଟି ବ୍ଳକରୁ 5 ଗୋଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ 2 ଗୋଟି ସାଧାରଣ ବ୍ଳକ ଅଟେ। ଏଠାକାର ଅଧିବାସୀ ଜଙ୍ଗଲ ଜାତଦ୍ରବ୍ୟ ଉତ୍ପାଦନ କିମ୍ବା ଜନା, ମାଣ୍ଡିଆ,ସୁଆଁ,ତେନ୍ତୁଳି, ଘାଣ୍ଟିଆ ଉତ୍ପାଦନ ହେଲେ ମହାଜନଙ୍କୁ କମ ଦରରେ ଓ ମାପ ଓଜନରେ  ନିରୀହ ଆଦିବାସୀ ଠକାମୀ ର ଶିକାର ହେଉଥିବା ର ଅଭିଯୋଗ ହେଉଛି। ସେହିଭଳି ସେମାନଙ୍କର ଉତ୍ପାଦନ ଦ୍ରବ୍ୟ ବିକ୍ରି ବଟା କରିବା ସକାଶେ ସରକାରଙ୍କ ପକ୍ଷରୁ ପ୍ରୋତ୍ସ।ହନ ନଥିବାରୁ ଦଲାଲ ହାତରେ ବିକ୍ରି କରି ଠକାମୀ ର ଶିକାର ହେଉଥିବାର ଅଭିଯୋଗ ହେଉଛି। ବିଭାଗ ପକ୍ଷରୁ ଖାଉଟି ସଚେତନତା ଓ ଜନ ସାଧାରଣଙ୍କୁ ସଚେତନତା ବହୁଳ ପ୍ରଚାର ଓ ପ୍ରସାର ଅଭାବରୁ ସାଧାରଣ ଲୋକେ ମଧ୍ୟ ଠକାମୀ ର ଶିକାର ହେଉଥିବା ର ଅଭିଯୋଗ ହେଉଛି। ବିଭାଗର କର୍ମଚାରୀ ଅଭାବ ଦେଖାଇ ଜିଲ୍ଲା ରେ ଆଖି ଦୃଷ୍ଟିଆ ଚଢ଼ାଉ ବା ଯାଞ୍ଚ କରା ଯାଉ ନାହିଁ।ଯାହା ଫଳରେ ଲୋକେ ଠକାମୀର ଶିକାର ହେଉଛନ୍ତି।ଜିଲ୍ଲାରେ ସୁନା ଦୋକାନ, ପେଟ୍ରୋଲ ପମ୍ପ, ଗ୍ରୋସୋରି ଦୋକାନ, ହାଟ ବଜାର ପ୍ରବୃତ୍ତିରେ ଆଖି ଦୃଷ୍ଟିଆ ଚଢ଼ାଉ କରାଯାଉ ନଥିବାର ଅଭିଯୋଗ ହେଉଛି। ସେହି ପରି ପାରଳା ଦୈନିକ ବଜାରରେ ମାଛ,ମାଂସ ପନିପରିବା ଓଜନ ରେ ଠକାମୀ ର ଶିକାର ହେଉଥିବା ର ଅଭିଯୋଗ ହେଉଛି। ଓଜନ କରିବା ସମୟରେ ବଟକରା ବଦଳରେ ପଥର ଜାରି କପଡ଼ା ଗୁଡ଼ାଇ ଓଜନ ରେ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି।ଏଥିପ୍ରତି ଜିଲ୍ଲା ପ୍ରଶାସନ ହେଉ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କର ଶୁଭ ଦୃଷ୍ଟି ପଡିଲେ ଜନ ସାଧାରଣ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More