ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସରକାରୀ ଶିଳ୍ପ ତାଲିମ ଶିକ୍ଷା କେନ୍ଦ୍ର ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ବ୍ରହ୍ମପୁର ନିର୍ବାଚନ ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅଥିତି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି, ଜିଲ୍ଲା ଉନ୍ନୟନ ସଂସ୍ଥା ଅଧକ୍ଷା ମରିୟମ ରଇତ,ଜିଲ୍ଲା ଶ୍ରମିକ ଅଧିକାରୀ ଲୋକନାଥ ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରଥ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ସମ୍ମମ୍ନିତ ଶିଶୁ ବିକାଶ ଅଧିକାରୀଣି ପୁଷ୍ପାଞ୍ଜଳ ଉପସ୍ଥିତ ଥିଲେ। ଏଥିରେ ପାଞ୍ଚଗୋଟି ବିଭାଗ ଯଥା ଶିକ୍ଷା ସହାୟତା ୫୯୩ ଜଣଙ୍କୁ, ସ୍ବାଭାବିକ ମୃତ୍ୟୁ ଦୁର୍ଘଟଣା ୮୦ ଜଣଙ୍କୁ, ବିବାହ ସହାୟତା ୪୪୬ ଜଣଙ୍କୁ,ଅନ୍ତେଷ୍ଟିକ୍ରିୟା ସହାୟତା ୭୬ ଜଣଙ୍କୁ, ପ୍ରସୂତିକାଳୀନ ସହାୟତା ୧୯ ଜଣଙ୍କୁ ମୋଟ ଟ.୪,୧୫,୩୧,୮୦୦/-ସହାୟତା ରାଶି ପ୍ରଦାନ କରାଗଲା। ଏହି ବୈଠକରେ ଗୁମ୍ମା, କାଶୀନଗର, ନୂଆଗଡ ବ୍ଲକ ରୁ ଶ୍ରମିକ ନେତାଗଣ ଅନିକ ଭୂୟାଁ,ବୟାସ୍ ଭୂୟାଁ, ହେମନ୍ତ ପଟ୍ଟନାୟକ,ପ୍ରବାଳ ପାଇକ, ଲକ୍ଷ୍ମୀ କାନ୍ତ ପଣ୍ଡା ସେମାନଙ୍କର ନିଜ ବ୍ଲକ ର ପ୍ରାପ୍ୟ ହିତାଧିକାରୀ ମାନଙ୍କୁ ନେଇ ଆସିଥିଲେ ଓ ସଭାର ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।