ଗଜପତି(ସଂଘର୍ଷ ମିଡିଆ) : – ପାରଳାଖେମୁଣ୍ଡି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ଏକ ସାମ୍ୱାଦିକ ସମ୍ମିଳନୀ ହୋଇଥିଲା । ସେ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି ଯେ, ଗତ ଫେବୃଆରୀ ମାସ ୨୬ ତାରିଖ ଦିନ ପାରଳାଖେମୁଣ୍ଡି ସହରରେ ଥିବା ଶ୍ରୀ କ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଖେଳ ପଡିଆରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ହସପିଟାଲ ରୂପ।ନ୍ତି କରଣ କାର୍ଯ୍ୟକ୍ରମ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଓ ବିଜୁ ଜନତା ଦଳର ପି ଆର ସଭ୍ୟ , ପ୍ରଶାସନୀକ ଅଧିକାରୀଙ୍କ ଉପସ୍ଥିତ ରେ ଆମ ହସ୍ପିଟାଲ ରୁପାନ୍ତରୀଣ କାର୍ଯ୍ୟକ୍ରମ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆବାସୀ ମାଧ୍ୟମରେ ଶୁଭ ଉଦ୍ଘାଟନ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିର ୫ କୋଟି ୬୮ ଲକ୍ଷ ୮୧ ହଜାର ଟଙ୍କା ରେ ରୂପାନ୍ତରୀକରଣ କରାଯାଇଛି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି ର ୨ କୋଟି ୭୮ ଲକ୍ଷ ଟଙ୍କା ରେ ରୂପାନ୍ତରୀକରଣ କରାଯାଇଥିଲା। ହସ୍ପିଟାଲ ରୂପାନ୍ତରୀକରଣ ହେବା ଦ୍ବାରା ଜିଲ୍ଲାର ସମସ୍ତ ଜନସାଧାରଣ ବହୁତ ଉପକୃତ ହେବେ ବୋଲି ପ୍ରଚାର ହୋଇଥିଲା। ନଗର କଂଗ୍ରେସ୍ କମିଟି ର ସଭାପତି। ଏହା କୁ ପ୍ରଶ୍ନ କରିଛନ୍ତି ଯେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭ।ାସୀ ମାଧ୍ୟମରେ ଶୁଭ ଉଦ୍ଘାଟନ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିର ୫ କୋଟି ୬୮ ଲକ୍ଷ ୮୧ ହଜାର ଟଙ୍କା ରେ ରୂପାନ୍ତରୀକରଣ କରାଯାଇଛି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି ର ୨ କୋଟି ୭୮ ଲକ୍ଷ ଟଙ୍କା ରେ ରୂପାନ୍ତର କରଯାଇଛି ହେଲେ
ଦୁର୍ଭାଗ୍ୟର ବିଷୟ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ରେ ସରକାରଙ୍କ ସେଙ୍ଗସେନ ଡାକ୍ତର ୧୦୯, ବର୍ତମାନ କାଯ୍ୟାରତ ରେ ୩୩ଡାକ୍ତର ଥିବା ବେଳେ ଖାଲି ପଡିଥିବା ଡାକ୍ତର ୭୬ ହେଲେ ଏଠାରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ପ୍ରଶ୍ନ କରିଛନ୍ତି ଯେ ହସ୍ପିଟାଲ ରୁପାନ୍ତରିଣ କୋଠାକୁ ରଙ୍ଗ ମାରି ସଜାଡ଼ିବା ରେ ଲୋକଙ୍କ ସେବାରେ ଆସିବ ନାହିଁ। ଲୋକଙ୍କ ସେବା ନିମନ୍ତେ ଡାକ୍ତର ଆବଶ୍ୟକ। କୋଟି କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର କରିବା ଅନାବଶ୍ୟକ ଖର୍ଚ୍ଚ କରିବା ଆବଶ୍ୟକ ନାହିଁ ଏହା ସମସ୍ତ ପଇସା ରାଜକୋଷ ରୁ ହିଁ ଖର୍ଚ୍ଚ ହେଉଛି, । ତେଣୁ ଏଠାରେ ସଠିକ୍ ଡାକ୍ତର ଆବଶ୍ୟକ, ସଠିକ ସେବା ଆବଶ୍ୟକ ରହିଛି।ଵିନା ଡାକ୍ତର ରେ ଡ଼ାକ୍ତରଖାନା କେମିତି ପରିଚାଳିତ ହେବ। ଏବଂ ୫ଟି ନାମରେ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ଓ ଖର୍ଚ ଉପରେ ପୂଙ୍ଖାନୁ ପୂଙ୍ଖ ତଦନ୍ତ ଆବଶ୍ୟକ ରହିଛି। ଏଥିପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି ବୋଲି ବସନ୍ତ କୁମାର ପଣ୍ଡା ନଗର କଂଗ୍ରେସ୍ କମିଟି ଅଭିଯୋଗ ଆଣିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କୁନା ମାଝୀ, ସୂର୍ଯ୍ୟ ନାରାୟଣ ପାତ୍ର,ମୁନା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
Get real time updates directly on you device, subscribe now.
Prev Post