ଗଜପତିର ଜିଲ୍ଲାର ସୌନ୍ଦର୍ଯ୍ୟ ଭରା ଜଳପ୍ରପାତ ମାଙ୍କଡ଼ଡିଆଁ

19

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକର ଶିଆଳିଲଟି ପଞ୍ଚାୟତରେ ରହିଛି ଭରପୁର ସୌନ୍ଦର୍ଯ୍ୟ ଭରା ମାଙ୍କଡ଼ ଡିଆଁ ଜଳ ପ୍ରପାତ ।ପର୍ଯ୍ୟଟନ ଋତୁ ଆସିଲେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ।ପର୍ଯ୍ୟଟକ ମାନେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ପିକନିକ ପାଇଁ ଆସିଥାନ୍ତି।ରାଜ୍ୟ ସରକାର ଏହାର ଉନ୍ନତି କଲେ ଆହୁରି ପର୍ଯ୍ୟଟକ ଆସି ପାରିବେ।ଏହି ଜଳ ପ୍ରପାତ 200 ଫୁଟ ଉଚ୍ଚ ରୁ ପାଣି ପଡୁଛି।ବାଘନଳୀ, ବାର ନଳୀ, ବଡ଼ ନାଳ ପ୍ରଭୃତି ଛୋଟ ଛୋଟ ଝରଣା ଏଠାରେ ମିଶି ଏକ ବଡ଼ ମାଙ୍କଡ଼ ଡିଆଁ ଜଳ ପ୍ରପାତ ସୃଷ୍ଟି ହୋଇଛି।ଏଠାକୁ ଯିବା ପାଇଁ ରାସ୍ତାର ଉନ୍ନତି, ରହିବା ଓ ପାନ୍ଥ ଶାଳା ହୋଟେଲ ଦୋକାନ ହେଲେ ଅଧିକ ପର୍ଯ୍ୟଟକ ଆସି ଏଠାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ପିକନିକ କରି କିଛି ସମୟ ବିତାଇ ପାରିବେ ବୋଲି ଆଶା କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More