ଗଜପତିରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ

28

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତିରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ଗଜପତି ଜିଲ୍ଲାରେ ମାଣ୍ଡିଆ ଚାଷ ଏକ ଅର୍ଥକାରୀ ଫସଲ ଓ ଜିଲାର ସମସ୍ତ ବ୍ଲକରେ ମାଣ୍ଡିଆ ଚାଷ ଉନ୍ନତ ମାନର ଚାଷ ହେଉଛି ଏଣୁ ଚାଷୀ ଭାଇମାନଙ୍କୁ ଅନୁରୋଧ ମାଣ୍ଡିଆ ଚାଷ କରି ଜୀବିକା ଉପାର୍ଜନ କରିବା ସହିତ ଲାଭବାନ ହୁଅନ୍ତୁ ବୋଲି ଜିଲ୍ଲା ପାଳ ସୂଚନା ପ୍ରଦାନ କରିଥିଲେ। ଏହା ଏକ ପ୍ରୋଟିନ୍, ଡାଏଟାରୀ ଫାଇବର, ଅନେକ ଭିଟାମିନର ଏକ ସମୃଦ୍ଧ ଉତ୍ସ । ସେହିପରି ସାରା ରାଜ୍ୟରେ ପାଳନ ହେଉଛି ପ୍ରଥମ ମାଣ୍ଡିଆ ଦିବସ। ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ଗିରିଶ କୁମାର ମହାନ୍ତି, ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ଶ୍ରୀ ସୁରେଶ କୁମାର ପଟ୍ଟନାୟକ ଓ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ଡଃ.ସଂଗ୍ରାମ ପରମଗୁରୁ ଏହି ଉତ୍ସବରେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଥମ ମାଣ୍ଡିଆ ଦିବସ ପାଳନର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରି ଥିବା ବେଳେ ସମ୍ମାନିତ ଅତିଥିମାନେ ମାଣ୍ଡିଆ ଚାଷର ପୃଷ୍ଠଭୂମି, ପ୍ରୋଟିନ୍, ଡାଏଟାରୀ ଫାଇବର, ପୁଷ୍ଟିସାର ଅନେକ ଭିଟାମିନର ରହିଅଛି ବୋଲି ସମ୍ମାନିତ ଅତିଥିମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ଓଡିଶା ସରକାର ୧୯ ଟି ଜିଲ୍ଲାର ୧୪୨ ଟି ବ୍ଲକରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଏହାସହ ରାଜ୍ୟରେ ଏହି ଚାଷକୁ ଓଡିଶା ମିଲେଟ ମିଶନ ଅନ୍ତର୍ଭୁକ୍ତ କରାଯାଇଛି।ମୋହନା ବ୍ଲକ ସୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ଵାରା ମିଲେଟ୍ ଜଳଖିଆ ପ୍ରସ୍ତୁତ କରି ବିକ୍ରି କରିବା ସହ ମୋହନା ବ୍ଲକର ସନଖଣି ସ୍କୁଲର ୩୨୦ ଛାତ୍ରଛାତ୍ରୀ ମାନଙ୍କୁ ଜଳଖିଆ ଯୋଗାଇବାକୁ ସକ୍ଷମ ହୋଇଛନ୍ତି ଏଣୁ ଏହି ଭିକ୍ଟୋରିଆ ସୟଂ ସହାୟକ ଗୋଷ୍ଠୀକୁ ଜିଲ୍ଲା ପ୍ରଶସନ ତରଫରୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରିଛନ୍ତି। ସେହିପରି ଜିଲ୍ଲାର ସର୍ବୋତ୍ତମ କୃଷକ ଭାବେ ଚାଷିମାନଙ୍କୁ ସମ୍ମାନିତ କରାଯାଇଅଛି । SACAL FA(NGO), ମୋହନା ବ୍ଲକ,CCD FA(NGO) ଗୁମ୍ମା ବ୍ଲକକୁ ଶ୍ରେଷ୍ଠ ସୁବିଧାକାରୀ ଏଜେନ୍ସୀ ପାଇଁ ପୁରସ୍କାର ପ୍ରଦାନ କରାଯାଇଅଛି,। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଇରେନିୟସ ପ୍ରଧାନ, ସଂଘମିତ୍ରା ପ୍ରଧାନ, ସୁଶ୍ରି ଶୁଭଶ୍ରୀ ପ୍ରିୟଦର୍ଶିନୀ, କେ. ସୁରଜ କୁମାର ପାତ୍ର, ଜିଲ୍ଲା ପରିଚାଳନା ଅଧକ୍ଷ, ମିଲଟ୍ ମିଶନ ସୁଶ୍ରୀ ଦୀପିକା ପାଢ଼ୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ମିଲଟ ମିଶନ ସ୍ଵାଖି ୟାମିନି ପ୍ରମୁଖ ଉପସ୍ଥିତ ଥିଲେ ଏହି ଉତ୍ସବରେ ଜିଲ୍ଲା କୃଷି ବିଭାଗର ସମସ୍ତ କର୍ମଚାରୀ ଓ ଜିଲ୍ଲାର ସାତଗୋଟି ବ୍ଲକରୁ ମାଣ୍ଡିଆ ଚାଷୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More