ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ କାର୍ତ୍ତିକ ମାସର ପ୍ରଥମ ସୋମବାର ହୋଇ ଥିବାରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ଭକ୍ତମାନେ ସକାଳୁ ନଡ଼ିଆ, କଦଳୀ,ଧୂପ ଦୀପ ଧରି ଶୈବ ମନ୍ଦିର ରେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି।ସେହିପରି ସହରର ରାମଲିଙ୍ଗେଶ୍ୱର, ଧବଳେଶ୍ବର, ମଲ୍ଲିକେଶ୍ୱର, ଗୋକୋନେଶ୍ୱର ମନ୍ଦିର ଗୁଡିକ ରେ ଭକ୍ତ ମାନେ ପୂଜାର୍ଚ୍ଚନା କରି ଥିବାର ଦେଖିବାକୁ ମିଳିଛି।କାର୍ତ୍ତିକ ମାସ ଏକ ଧର୍ମ ମାସ ହୋଇ ରହିବାରୁ ବିଭିନ୍ନ ମନ୍ଦିରକୁ ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି।କାର୍ତ୍ତିକ ମାସରେ ଶିବ ଙ୍କୁ ଉପାସନା କଲେ ସକଳ ରିଷ୍ଟ ଖଣ୍ଡନ ହୁଏ ବୋଲି ଲୋକ କଥା ରହିଛି।ଏହି ମାସରେ ପ୍ରଭୁ ଭୋଳା ଶଙ୍କରଙ୍କୁ ଉପାସନା କଲେ ଦୁଃଖ କଷ୍ଟ ରୋଗ ଶୋକ ଦୂର ହୁଏ ବୋଲି ବିଶ୍ଵାସ ରହିଛି।