ଗଜପତିକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷୋଣା ପାଇଁ ବିଧାୟକଙ୍କ ଚିଠି

34

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତିକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷୋଣା ପାଇଁ ବିଧାୟକଙ୍କ ଚିଠି ଗଜପତି ଜିଲ୍ଲାରୁ ପ୍ରାୟ ଗତ ଦୁଇ ମାସ ହେଲାଣି ବର୍ଷା ହଜିଯାଇଥିବା ଯୋଗୁଁ ଚାଷୀ ଓ ଚାଷ ଅବସ୍ଥା ଚିନ୍ତାଜନକ, ଜିଲ୍ଲାର ମୁଖ୍ୟତଃ କାଶୀନଗର, ଗୋଷାଣୀ, ଗୁମା ବ୍ଲକରେ ଚାଷୀ ଧାନ ଚାଷ କରୁଥିବା ବେଳେ ଏଠାରେ କୌଣସି ବଡ଼ ଜଳ ଉତ୍ସ ନଥିବା ଯୋଗୁଁ ଚାଷୀ ସବୁବେଳେ ବର୍ଷା ଜଳ କୁ ହିଁ ନିର୍ଭର କରି ଚାଷ କରିଥାଏ କିନ୍ତୁ ଚଳିତ ବର୍ଷ ଆବଶ୍ୟକୀୟ ପରିମାଣର ବର୍ଷା ନହେବାରୁ ଜମି ରେ ଫାଟ ସୃଷ୍ଟି ହୋଇଗଲାଣି, ଫସଲ ହୋଇଥିବା ଧାନ ସବୁ ଜଳ ଅଭାବ ରୁ ନଷ୍ଟ ହେବାକୁ ଯାଉଛି, ତେଣୁ ପାରଳା ବିଧାୟକ କେ. ନାରାୟଣ ରାଓ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପତ୍ର ମାଧ୍ୟମରେ ଜଣାଇବା ସହ ଜିଲ୍ଲା କୁ ମରୁଡି ପ୍ରଭାବିତ ଅଞ୍ଚଳ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ଯେହେତୁ ଗଜପତି ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ଚାଷୀ କ୍ଷତିଗ୍ରସ୍ତ ହେଲେ ଏଠାରେ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ପ୍ରଭାବିତ ହେବ ବୋଲି ସେ ଦର୍ଶାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More