ଗଛ ଲଗାଅ: ପରିବେଶ ସୁରକ୍ଷା କର, ଗ୍ରୀଷ୍ମ ପ୍ରବାହକୁ ରୋକ

19

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପ୍ରିୟ ବନ୍ଧୁଗଣ, ଆପଣ ମାନେ ଭଲ ଭାବରେ ଅବଗତ ଅଛନ୍ତି ଯେ, ବିଗତ କିଛି ବର୍ଷ ହେଲା ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି l ପୁଣିଥରେ ଆପଣ ମାନଙ୍କ ଅବଗତି ନିମନ୍ତେ ଜଣାଇବା ପାଇଁ ଚାହେଁ ଯେ, ଛତ୍ତିଶଗଡ଼ ରାଜ୍ୟ ତଥା ଆମ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ନଗରନାର ବୃହତ ଇସ୍ପାତ କାରଖାନା ଆଉ ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି l ଏହା ଦ୍ଵାରା କୋରାପୁଟ ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲା ବହୁ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି, କାରଣ ଏହା ନଗରନାର ଠାରୁ ଆମ ଅଞ୍ଚଳ ର ଦୁରତ୍ଵ ଆକାଶମାର୍ଗରୁ ପ୍ରାୟ କୋଡ଼ିଏ ବାଇଶି କିଲୋମିଟର ହେବ l ଏହା ଦ୍ଵାରା ଉତ୍ତାପ ବୃଦ୍ଧି, ପରିବେଶ ପ୍ରଦୂଷିତ ହେବା ସହିତ ଆମର ଦୈନନ୍ଦିନ ଜୀବନରେ ବହୁତ ଖରାପ ପ୍ରଭାବ ପକାଇବ l ଏହି ସମସ୍ୟାର ସମାଧାନ ହେଉଛି ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବା l ଏହି ଅବସରରେ ସମସ୍ତଙ୍କୁ ଅନୁରୋଧ, ନିଜ ନିଜ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଗୋଟିଏ ବୃକ୍ଷ ରୋପଣ କରିବା ପରିବେଶ କୁ ସୁରକ୍ଷା ଦେବା l ଏଭଳି ସୂଚନା ଦେଇଛନ୍ତି ଆମ ଜିଲ୍ଲାପାଳ କାର୍ଯ୍ୟାଳୟର ପ୍ରିୟ ବଡ ଭାଇ ତ୍ରିପତି ବାଲାଜୀ ସାହୁ l ତେବେ ଆଜି ଶପଥ ନେବା ସମସ୍ତଙ୍କ ବାଡ଼ି ବଗିଚା ରେ ଗଛ ଲଗାଇ ଏଭଳି ଗ୍ରୀଷ୍ମ ପ୍ରବାହ କୁ ରୋକିବା ଦିଗରେ ପ୍ରୟାସ ଜାରୀ ରଖିବା l ତେବେ ଆସନ୍ତୁ ଗଛ ଲଗାଇ ସମସ୍ୟାର ସମାଧାନ କରିବା l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More