ଗଛ ତଳେ ଜୀବନ

45

Get real time updates directly on you device, subscribe now.

ଜଗନ୍ନାଥ ପ୍ରସାଦ ( ସଂଘର୍ଷ ମିଡିଆ ) :-ବଡ଼ ବିଚିତ୍ର ଏ ଦୁନିଆ, ସତେ ଅଦ୍ଭୁତ ଏ ମଣିଷ ସମାଜ । ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଆଧୁନିକ ସମାଜ । ବିଜ୍ଞାନ ଯୁଗରେ ବିସ୍ମୟ ବିଶ୍ୱାସ ନାଁରେ ଜୀବନର ବାଜି । ବଦଳିଛି ସମାଜ, ହେଲେ ବଦଳିନି ଲୋକଙ୍କ ମାନସିକତା । ରୋଗ ପାଇଁ କରାଯାଉଛି ଗାଁରୁ ବାସନ୍ଦ । ଏକ ଘରିଆ ହୋଇଯାଉଛି ପରିବାର । ହଁ ଆଜ୍ଞା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ସେତିକି ମଧ୍ୟ ଭୟାନକ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ରାଉତି ପଞ୍ଚାୟତ ର ପାଲପଡ଼ା ଗାଁରେ । ଆମେ କହୁଛୁ ପାଲପଡ଼ା ଗାଁର ସୁରେନ୍ଦ୍ର ପ୍ରଧାନଙ୍କ ପରିବାରର କଥା । ସୁରେନ୍ଦ୍ରଙ୍କ ପରିବାର କହିଲେ ସ୍ତ୍ରୀ ଯଶୋଦା ଓ ତାଙ୍କ ପୁଅ ଅଶୋକ । ସୁରେନ୍ଦ୍ର ନିଜ ଚାଷ ଜମିରେ ଚାଷ କରି ପରିବାର ଚଳାଉଥିଲେ । ସମୟ ବଡ଼ ବଳବାନ । ଭଗବାନ କେତେବେଳେ ଯେ କଣ କରନ୍ତି ସେ କଥା କାହାକୁ ବି ଜଣାନଥାଏ । ଠିକ୍ ସେମିତି ମାଡ଼ି ଆସିଲା ସୁରେନ୍ଦ୍ରଙ୍କ ପରିବାର ଉପରକୁ ବୋଝ । କିଛି ବର୍ଷ ପରେ ସୁରେନ୍ଦ୍ର କୁଷ୍ଠ ରୋଗରେ ପୀଡିତ ହୋଇପଡ଼ିଥିଲେ । ଗାଁରେ ଥିବା ଚାଷ ଜମିର ଦେଖାଶୁଣା କରିବାକୁ ସେହି ଗାଁର ସନାତନ ପ୍ରଧାନଙ୍କୁ ଭାଗ ଚାଷ କରିବା ପାଇଁ ଜମି ଦେଇଥିଲେ । ରୋଗକୁ ଧିରେ ଧିରେ ପଡ଼ୋଶୀ ମଧ୍ୟ ଜାଣିପାରିଥିଲେ । ନିଆଁ ପାଣି ବନ୍ଦ କରିବା ସହ ଗାଁରୁ ବାସନ୍ଦ କରିଦେଇଥିଲେ ଗାଁ ଲୋକେ । ହେଲେ ସେଇ ସନାତନ ସୈତାନ୍ ପାଲଟିଯିବ ବୋଲି ଜାଣିନଥିଲେ ସୁରେନ୍ଦ୍ର । କୁଷ୍ଠ ରୋଗର ଫାଇଦା ନେଇ ଚାଷଜମିକୁ ନିଜ ଅକ୍ତିଆର କଲା ସନାତନ । ଦୀର୍ଘ ଦଶ ବର୍ଷ ପରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ପରେ ପୁଅ ଅଶୋକ ବାପାର ଶୁଦ୍ଧିକ୍ରିୟା କରିବା ପାଇଁ ଗାଁକୁ ଯାଇଥିଲେ । ହେଲେ ସେଠି ଦେଖିଲେ ତାଙ୍କ ରହୁଥିବା ଘରକୁ ଭାଙ୍ଗି ଗୁହାଳ କରାଯାଇଛି । ନିଜ ଘର ଫେରେଇବାକୁ ଅଶୋକ ସନାତନକୁ କହିଥିଲେ, କିନ୍ତୁ ସନାତନ ରାଗିଯାଇ ବୃଦ୍ଧା ମାଙ୍କ ହାତକୁ ବାଡ଼େଇ ଭାଙ୍ଗିଥିଲା । ସେଇ ଡର ଭୟରେ ଗାଁ ଛାଡ଼ି ବଣ ଜଙ୍ଗଲରେ ଦୀର୍ଘ ପନ୍ଦର ବର୍ଷ ରେ ରହି ଆସୁଛନ୍ତି । କେବେ ଆମ୍ବ ଗଛ ତଳେ ତ କେତେବେଳେ ପାଳ ଗଦା ତଳେ ରହୁଛନ୍ତି । ଏବେ ଏଇ ପାଳଗଦା ସାଜିଛି ବାସ ଗୃହ । ବୃଦ୍ଧା ମାର ବୟସ ୭୨ ହେଲାଣି ,ଚମ ଧୁଡୁ ଧୁଡୁ ଦେହ । କଥା କହିଲା ବେଳେ ଛଳ ଛଳ ହୋଇପଡୁଛି ଆଖିରେ ଜନ୍ତ୍ରଣାର ଲୁହ । ଏଇ ବୟସରେ ଭଗବାନ ଲଦି ଦେଇଛନ୍ତି ବାସନ୍ଦର ଦୁଃଖ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More