ଗଛରେ ପିଟି ହୋଇ ବାଇକ୍ ଚାଳକ ଗୁରୁତର

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): – ଆଜି ଅପରାହ୍ନ ସମୟ ଚିଙ୍ଗିଡିସର୍ ଓ ଜାମ୍ବଗୁଡା ନିକଟ ରେ ବିଶ୍ୱଜିତ୍ ବାଗ ନିଜର ବାଇକର ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ | ଏହା ଦ୍ବାରା ବିଶ୍ୱଜିତ ଗୁରୁତର ରକ୍ତାକ୍ତ ହୋଇ ପଡିଥିଲେ ।ଏହି ଘଟଣା ବିଷୟରେ ପାପଡାହାଣ୍ଡି ପୋଲିସଙ୍କୁ ଖବର ଦିଆ ଯାଇଥିଲା,ତୁରନ୍ତ ଏ ଏସ ଆଇ ହରିହର ଭତ୍ରା, ଷ୍ଟାଫ ଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ବିଶ୍ୱଜିତଙ୍କୁ ଉଦ୍ଧାର କରି ରକ୍ତାକ୍ତ ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ଏହା ସଙ୍ଗେ ପରିବାର ଙ୍କୁ ଫୋନ ମାଧ୍ୟମ ରେ ସୂଚନା ମଧ୍ୟ ଦିଆ ଯାଇଥିଲା । ପରିବାର ସଦସ୍ୟା ମାନେ ସ୍ଵାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଥିଲେ ।ସୂଚନା ଅନୁଯାୟୀ ; ବିଶ୍ୱଜିତ୍ ବାଗ ଙ୍କ ଘର ନବରଙ୍ଗପୁର ଜିଲ୍ଲା ର ମାଝିଗୁଡ଼ା ବୋଲି ଜଣା ପଡିଛି । ବିଶ୍ୱଜିତ୍ ତାଙ୍କ ମାଆ ଙ୍କ ଦେହ ଖରାପ ଥିବାର ଖବର ପାଇ ଥିଲେ ଓ ମାଆ ଙ୍କୁ ଦେଖା କରିବା କୁ ଡାବୁଗାଁ ପଞ୍ଚାୟତ ଡଙ୍ଗ୍ରିଗୁଡା ଜିକ୍ସର ବାଇକ୍ ଗାଡ଼ି ନଂ ଓ ଡି ୧୦ ଏଚ୍ଚ ୪୨୧୮ରେ ଆସୁଥିଲେ ।ସେହି ସମୟ ରେ ଏହି ଦୁର୍ଘଟଣା ଘଟିଥିଲା । ବିଶ୍ୱଜିତ ଙ୍କ ସ୍ଵାସ୍ଥ୍ୟ ଖରାପ ଥିବାରୁ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟକେନ୍ଦ୍ରରେ ସ୍ତାନ୍ତରିତ କରା ଯାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More