ଗଙ୍ଗାଧର ମେହେର ସ୍ବେଛାସେବୀ ସମିତି ଦ୍ୱାରା ଅସହାୟ ମହିଳାଙ୍କ ଶବ ସତ୍କାର

18

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ଗଙ୍ଗାଧର ମେହେର ସ୍ବେଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଜଣେ ଅସହାୟ ମହିଳାଙ୍କ ଶବ ସତ୍କାର କରାଯାଇଛି । ଆଜି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୯ ନମ୍ୱର୍ ୱାର୍ଡରେ ରହୁଥିବା ସୁରୁବୁଢି ବେହେରା (୫୦ ବର୍ଷ )ନାମକ ଜଣେ ମହିଳା କୌଣସି କାରଣରୁ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିଲେ । ତାଙ୍କର ବନ୍ଧୁବାନ୍ଧବ କେହି ନ ଆସିବାରୁ ବୌଦ୍ଧ ଥାନା ତରଫରୁ ଆମ ସଂଗଠନକୁ ଜଣେଇବା ପରେ ସଂଗଠନର ସଦସ୍ୟ ମାନଙ୍କ ଦ୍ଵାରା ଜଣେ ପୋଲିସ କର୍ମଚାରୀ ଏ ଏସ ଆଇ ମଦନ ମୋହନ ପ୍ରଧାନ ଓ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ସହାୟତାରେ ବୌଦ୍ଧ ରାଜଘାଟରେ ସତ୍କାର କରାଯାଇଥିବା ବେଳେ ତାଙ୍କର ୧୨ ବର୍ଷର ପୁଅ ଯୋଗେଶ୍ୱର ମୁଖାଗ୍ନି ଦେଇଥିଲେ ।ଏହି ଶବ ସତ୍କାରରେ ସଂଗଠନର ସଦସ୍ୟ ରାମଚନ୍ଦ୍ର ମେହେର,ରମେଶ ପ୍ରଧାନ , ବିକାଶ ମେହେର , ମିନୁ ପ୍ରସାଦ ମିଶ୍ର , ଇନ୍ଦ୍ରମଣି ମେହେରଙ୍କ ସହିତ ଏ ଏସ ଆଇ ମଦନ ମୋହନ ପ୍ରଧାନ ଓ ସାମ୍ବାଦିକ ସତ୍ୟନାରାୟଣ ପାଣି ସହଯୋଗ କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜl

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More