ଗଂଜେଇ ଜବତ, ୩ ଗିରଫ

16

Get real time updates directly on you device, subscribe now.

ଭବାନୀପାଟଣା(ସଂଘର୍ଷ ମିଡିଆ) : -ଗୁରୁବାର ପୂର୍ବାହ୍ନ 3ଘଣ୍ଟା ସମୟରେ କଳାହାଣ୍ଡି ଓ ବ୍ରହ୍ମପୁର ୟୁନିଟ ଅବକାରୀ ବିଭାଗ ମିଳିତ ପେଟ୍ରୋଲିଙ୍ଗ ସମୟରେ ଏକ ଗଂଜେଇ ବୋଝେଇ ଟ୍ରକ କୁ ସନ୍ଦେହରେ ଧରି କାବୁ କରାଯାଇଥିଲା, ଆଇଚର ଟ୍ରକ ନଂ UP33BT8391କୁ ଧରି ଯାଞ୍ଚ ବେଳେ ସେଥିରେ ଗଂଜେଇ ଥିବା ଜଣାପଡିଥିଲା, ଗଂଜେଇ ଟ୍ରକ ସମେତ ସମ୍ପୃକ୍ତ ୩ ଅଭିଯୁକ୍ତ ଙ୍କୁ ଗିରଫ କରି ଅବକାରୀ ସଦର ଥାନା କୁ ଅଣାଯାଇଥିଲା, ସେହି ଟ୍ରକ ଚାରିଟି ଟି ବସ୍ତା ରୁ 305 କେଜି ଗଂଜେଇ ଜବତ କରାଯାଇଛି, ଏହି ସାମଗ୍ରୀ ର ହାରାହାରି ମୂଲ୍ୟ 60.5ଲକ୍ଷ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି, ଏହି ଟ୍ରକ ଗଂଜେଇ ନେଇ କୋରାପୁଟ ଜିଲ୍ଲା ରୁ ଉତ୍ତରପ୍ରଦେଶ ଯାଉଥିବା ଜଣାପଡିଛି, ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ବ୍ୟକ୍ତି ଉତ୍ତରପ୍ରଦେଶ ର ମହମଦ ଆୟୁବ (28)ଓ ଉମେଶ (27)ଲକ୍ଷ୍ନୋ ଜିଲ୍ଲା ର୍ଗାହି ଗ୍ରାମର ହୋଇଥିବାବେଳେ ସଂଜିତ (36)ଉତ୍ତର ପ୍ରଦେଶ ରାଇବରିଲି ଜିଲ୍ଲା ମାଲବି ଗ୍ରାମର ବୋଲି ଜଣାପଡିଛି, ଏହି ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରି ଜେଲ ହାଜତ କୁ ପଠାଇ ଦିଆ ଯାଇଛି, ଏନେଇ କେସ PR ନ 05/2023-24ରେ କେସ ବୁକ କରା ଯାଇଛି,
ଏହି ଚଢ଼ାଉ ବେଳେ ବ୍ରହ୍ମପୁର ୟୁନିଟ ରୁ କୁବେର ସେଠି DSE, EI & EB, ଭବାନୀପାଟଣା ଅବକାରୀ ବିଭାଗ ସଦର ଇନିସ୍ପେକ୍ଟର ସୁଶାନ୍ତ ପ୍ରଧାନ, ବ୍ରହ୍ମପୁର ୟୁନିଟ ର ଅଶୋକ ସାହୁ, ଭବାନୀପାଟଣା ସଦର ଏସ. ଆଇ ତିଳକ ରାମ ନାଏକ, କଳାହାଣ୍ଡି ମୋବାଇଲ ୟୁନିଟ ଏ ଏସ ଆଇ ପି. ବିଶେଶ୍ୱର ରାଓ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଚୋରା ବେପାରିଙ୍କୁ ଧରିବାରେ ସଫଳ ହୋଇ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More