ଖୋଳାଥିବା ସକପିଟ ଗାତରୁ ୪ ବର୍ଷର ନାବାଳକ ଅଚେତ ଅବସ୍ଥାରେ ଉଦ୍ଧାର

16

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) : – ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ ଶଙ୍ଖପୋଷ ଗ୍ରାମ ପଞ୍ଚାୟତ ଲମସୀ ଗ୍ରାମର ଜିତେନ୍ଦ୍ର କିଷାନଙ୍କର ୪ ବର୍ଷର ଶିଶୁପୁତ୍ର ଖେଳୁ ଥିବାବେଳେ ସକପିଟ ଗାତରେ ପଡିଯାଇ ଥିବା ଜଣାପଡ଼ିଛି ।ତେବେ କିଛି ସମୟ ପରେ ପାଖପଡୋଶୀ ଦେଖିବା ପରେ ପରିବାରବର୍ଗ ଲୋକେଙ୍କୁ କହିଥିଲେ। ଶିଶୁ ପୁତ୍ରକୁ ଗାତରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଲହୁଣୀପଡ଼ା ଚିକିତ୍ସାଳୟ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ଉକ୍ତ ନାବାଳକଟି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛି ।କିନ୍ତୁ ପଞ୍ଚାୟତ ତରଫରୁ ଖୋଳା ଯାଇଥିବା ଗାତକୁ କାମ ସାରି ତୁରନ୍ତ ବନ୍ଦ କରିବା ବଦଳରେ ଖୋଲା ଛାଡି ଥିବାରୁ ଏଭଳି ଘଟଣା ହେଉଛି। ଏହି ଗାତକୁ ମାଟି ପକାଇବା ବନ୍ଦ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ର ଙ୍କ ରିପୋର୍ଟ୍ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More