କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ରାଜନଗର ବିଶ୍ଵପ୍ରସିଦ୍ଧ ଭିତର କନିକା ଜାତୀୟ ଉଦ୍ୟାନ ପ୍ରାୟ ୭ ମାସ ହେବ ବନ୍ଦ ଥିବାବେଳେ ଗତ ୧ରିଖ ଠାରୁ ଅନ୍ ଲାଇନ୍ ଜରିଆରେ ରାତ୍ରି ଯାପନ ପାଇଁ ପର୍ଯ୍ୟଟକ ମାନଙ୍କୁ ବୁଲିବା ଓ ରହିବା ପାଇଁ ସରକାରଙ୍କ ଅନୁମତି ମିଳିଥିଲା। କିନ୍ତୁ ଏବେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୧୯ରିଖ ଠାରୁ ଦିନବେଳା ବି ସମସ୍ତ ପର୍ଯ୍ୟଟକ ମାନେ ବୁଲାବୁଲି କରିପାରିବେ ଓ କରୋନା ସମୟରେ କୋଭିଡି ନିୟମକୁ ସମସ୍ତ ପର୍ଯ୍ୟଟକ ଓ ବନ କର୍ମଚାରୀମାନେ ମାନିବାକୁ ପଡିବ । ଭିତରକନିକା ଭିତରକୁ ପ୍ରବେଶ କରିବା ସମୟରେ ମାକ୍ସ ଓ ସମଦୂରତା କୁ ପ୍ରାଧାନ୍ୟ ଦେବାସହିତ ଜାତୀୟ ଉଦ୍ୟାନର ସୁରକ୍ଷା ପ୍ରତି ଯତ୍ନଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।ସାତମାସ ହେବ ଭିତର କନିକା ବନ୍ଦ ଥିବାବେଳେ ଆସନ୍ତା ୧୯ରିଖ ଭିତର କନିକା ଜାତୀୟ ଉଦ୍ୟାନ ଖୋଲିବାକୁ ନେଇ ବହୁତ ପର୍ଯ୍ୟଟକ ମାନଙ୍କ ଭିତରେ ଖୁସୀର ଲହରୀ ଖେଳି ଯାଇଛି।ରାଜନଗରରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।