ଖୋର୍ଦ୍ଧା-ଭୁବନେଶ୍ଵରରେ ଶତାଧିକ ବଙ୍ଗୀୟ ଫେରନ୍ତା :ଜିଲାବାସୀ ଆତଙ୍କିତ

40

Get real time updates directly on you device, subscribe now.

ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ଓଡ଼ିଶା ପାଇଁ ଏବେ ବଙ୍ଗୀୟ ଫେରନ୍ତା ଏବଂ ତାଙ୍କ ଲିଙ୍କ ଚିନ୍ତା ବଢ଼ାଇଛି। ଏହାକୁ ନେଇ ସପ୍ତାହେ ହେଲା ୪ଜିଲା ପ୍ରଶାସନର ନିଦ ହଜି ଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ପ୍ରଭୃତି ଜିଲାରେ ପ୍ରାୟ ୪୦ଟି କଣ୍ଟେନମଣ୍ଟ ଜୋନ୍ ହୋଇସାରିଲାଣି। ହେଲେ ଏଥିରୁ ଅନ୍ୟଜିଲା ପ୍ରଶାସନ କିଛି ଶିଖିବା ଭଳି ମନେହେଉ ନାହିଁ। ଦୀପ ତଳ ଅନ୍ଧାର ନ୍ୟାୟରେ ଖୋର୍ଦ୍ଧା ଜିଲାରେ ଶତାଧିକ ବଙ୍ଗୀୟ ଫେରନ୍ତା ଲିଙ୍କ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ତଥ୍ୟ ଉପରୁ ପରଦା ହଟିନାହିଁ। ସେମାନଙ୍କ ମଧ୍ୟରୁ କିଏ କେଉଁଠି ଅଛି ତା’ର ନମୁନା ପରୀକ୍ଷା ଗଲା କି ନାହିଁ ଏବଂ ତା’ର କଣ୍ଟାକ୍ଟରେ କିଏସବୁ ଆସିଛନ୍ତି ସବୁ ତଥ୍ୟ ଖୋର୍ଦ୍ଧା ପ୍ରଶାସନିକ ଅଧିକାରୀମାନେ ଗୋପନ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଯେତେସବୁ ବଙ୍ଗୀୟ ଲିଙ୍କ ଖୋର୍ଦ୍ଧା ଓ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଆସି ରହିଛନ୍ତି ସେମାନଙ୍କ ଲିଙ୍କ ବାହାର କରି ତୁରନ୍ତ ଅବଗତ କରାଇବା ଲାଗି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ୫ଦିନ ତଳୁ ଚିଠି ଲେଖିଲେଣି। ମାତ୍ର ଏପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପାରି ନଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ଲିଙ୍କ ପାଇଁ ​ଖୋର୍ଦ୍ଧା ଜିଲାବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଫୋନ ଟ୍ରାକିଂ ଜରିଆରେ ପ୍ରାୟ ୨୫୦ଜଣ ବଙ୍ଗୀୟ ଫେରନ୍ତା ଖୋର୍ଦ୍ଧା ଜିଲାର ବାଲୁଗାଁ,ଚିଲିକା, ଜଟଣୀ, ଟାଙ୍ଗୀ ସହିତ ଭୁବନେଶ୍ବର ଏବଂ ବାଙ୍କୀ​‌େ​‌ର ରହିିଛନ୍ତି। ଗତ କିଛିଦିନ ମଧ୍ୟରେ ସଂପୃକ୍ତ ବ୍ୟକ୍ତିମାନେ ଜିଲାର କୋଣ ଅନୁକୋଣରେ ଆସି ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ନମୁନା ପରୀକ୍ଷା କରାଯିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ କି ବିଏମସି ମଧ୍ୟ କିଛି କହୁନାହିଁ। ଯଦି ଆଗାମୀ ଦିନରେ ସେମାନଙ୍କ ଲିଙ୍କରେ କିଛି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୁଏ ତେବେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More