ବୌଦ୍ଧ(ସଂଘର୍ଷ ମିଡିଆ ) : ,,ବୌଦ୍ଧ ଜିଲ୍ଲା ଦେଇ ନୂତନ ଭାବେ ରେଲୱେ କାର୍ଯ୍ୟ କରୁଥିବା ଜେ,ଆର,ଏଲ,( J. R.L..)କମ୍ପାନୀ ଲୋକଙ୍କ ଉପରୁ ଜୋର୍ ଜବରଦସ୍ତ ହକ ବା ମୌଳିକ ଅଧିକାର ଛଡ଼ାଇ ନେବାକୁ ବସିଲାଣି।ଏପରି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସ ପୁର ପଞ୍ଚାୟତ ପୁରୁଣା ପାଣି ଗାଁ ରୁ।ଆଗରୁ ସଂଯୋଗ ଥିବା ପୁରୁଣା ପାଣି ରୁ ଖଇରମାଲ ରାସ୍ତା ଉପରେ ରେଲୱେ ରାସ୍ତା ନିର୍ମାଣ କରି ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ କରିଦେଇଛି ଯାହା ଫଳରେ ଉଭୟ ଗ୍ରାମବାସୀ ଓ ପଡ଼ୋଶୀ ଗ୍ରାମର ଲୋକ ମାନେ ନାହିଁ ନଥିବା ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସବୁ ଜମି ଉପରେ ରେଲୱେ କାର୍ଯ୍ୟ କରୁଥିବା ବେଳେ ଯାହା ବଞ୍ଚିଛି ତାହା ଅପର ପାର୍ଶ୍ଵରେ ଅଛି ସେହି ଜମି କୁ ଯିବା ପାଇଁ ଆଉ ରାସ୍ତା ନାହିଁ ତେଣୁ ଯଥା ଶୀଘ୍ର ଖଇରମାଳ ଓ ପୁରୁଣା ପାଣି ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ l ଦୀର୍ଘ ସାତ ମାସ ହେବ ଦାବିକରି ଆସୁଥିଲେ ମଧ୍ୟ କର୍ଣ୍ଣ ପାତ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।ଗତ ୨୩/୧୨/୨୦୨୧ ରେ ଏକ ଚୁକ୍ତିନାମା ମଧ୍ୟ ଜେ,ଆର୍, ଏଲ,କମ୍ପାନୀର ମେନେଜର ବିଶ୍ଵନାଥ ବେହେରା ଙ୍କ ସହିତ ଉକ୍ତ ରାସ୍ତା ନିର୍ମାଣ ପାଇଁ ହୋଇଥିଲା।ହେଲେ ଆଶ୍ଚର୍ଯ୍ୟର ବିଷୟ ହେଲା ସେହି ସମୟରେ ହିଁ ଗତ ୨୪/୧୨/୨୦୨୧ ଦିନ ଜିଲ୍ଲାପାଳ ଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ ଯାଇଥିଲା l ପୂର୍ଣ୍ଣ ମାତ୍ରାରେ ଜିଲ୍ଲାପାଳ ମହାଶୟ ଉକ୍ତ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ହେଲେ ଆଜି ପର୍ଯ୍ୟନ୍ତ ୬ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ ଓ ଜେ,ଆର,ଏଲ,କମ୍ପାନୀର ପ୍ରତିଶୃତି ଭୁଆଁ ବୁଲାଇବା ସଙ୍ଗେ ସମାନ ଅଟେ। ଗତକାଲି ସମସ୍ତ ଗ୍ରାମବାସୀ ରେଲୱେ ରାସ୍ତା ନିର୍ମାଣ ହେଉଥିବା ସ୍ଥାନକୁ ଯାଇ ମନା କରିବାରୁ ଜୋର୍ ଜବରଦସ୍ତି ମାତ୍ରାଧିକ ପୋଲିସ ଉପସ୍ଥିତିରେ କାର୍ଯ୍ୟ କରୁଥିବା ଉକ୍ତ ଗ୍ରାମବାସୀ ପ୍ରକାଶ କରିଛନ୍ତି।ତେଣୁ ଯଦି ଆଗାମୀ ଦଶ ଦିନ ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନହୁଏ ତାହାହେଲେ ପୁରୁଣା ପାଣି ଗ୍ରାମବାସୀ ସମସ୍ତେ ଆମରଣ ଅନଶନ କରିବାସହ ଆଇନ୍ କୁ ହାତକୁ ନେବାକୁ ଚେତାବନୀ ଦେଇଛନ୍ତି।ଏଠାରେ ଦେଖିବାକୁ ବାକି ରହିଲା ଯେ ଜେ, ଆର୍, ଏଲ,କମ୍ପାନୀ ,ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ କି ପଦକ୍ଷେପ ନେଉଛି l ବୌଦ୍ଧ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l