ଖୋର୍ଦ୍ଧା ( ସଂଘର୍ଷ ମିଡିଆ ) : ଦିନକୁ ଦିନ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି। କିଛି ଅମାନିଆ ଵା ନିୟମ ଉଲ୍ଲଘଂନକାରୀଙ୍କ ପାଇଁ ସଂକ୍ରମଣ ବଢୁଥିବା ନେଇ ସରକାର କହୁଛନ୍ତି। ତେଣୁ ଏହାକୁ କିପରି ରୋକାଯିବ ସେ ନେଇ ଟୁଇନସିଟି କମିସନର,ଦୁଇ ଡିସିପିଙ୍କ ସହ ପୋଲିସ୍ ଡିଜି ବୈଠକ କରିଥିବା ନିଜ ଟୁଇଟର୍ ଯୋଗେ ପ୍ରକାଶ କରିଛନ୍ତି ପୋଲିସ୍ ଡିଜି ଶ୍ରୀ ଅଭୟ। ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପାଇବା ପରେ କଟକ ସହରର ବିଭିନ୍ନ ଥାନାର ପୋଲିସ୍ ପକ୍ଷରୁ ପ୍ରଚାର କରି କୋଭିଡ୍ ନିୟମ ମାନିବାକୁ ପୁଣି ଥରେ ତାଗିଦ୍ କରାଯାଇଛି। ସହରର ବାଦାମବାଡି, ମାଲଗୋଦାମ, ମଙ୍ଗଳବାଗ,ଚାଉଳିଆଗଞ ଥାନା ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ କରାଯାଇ ଜନସାଧାରଣ ଏବଂ ଦୋକାନୀମାନଙ୍କୁ ନିବେଦନ କରାଯାଇଛି। ଆଉ କିଛି ନିୟମ ଖିଲାପକାରୀଙ୍କ ବିରୋଧରେ ଫାଇନ୍ କଟାଯିବା ସହ ଉଚିତ୍ ଜବାବ ଦିଆଯାଇଥିବାର ପୋଲିସ୍ ପକ୍ଷରୁ ସୂଚନା ମିଳିଛି। କୌଣସି ସାମଗ୍ରୀ ଦୋକାନକୁ ଆଣିବାକୁ ଯାଉଥିଲା ବେଳେ ଦୂରତା ଅବଲମ୍ବନ କରିବେ। ଆଉ ଉଭୟ ଦୋକାନୀ ଓ ଗ୍ରାହକ ମାସ୍କ୍ କିମ୍ବା ରୁମାଲ ଭଲ ଭାବେ ମୁଁହରେ ବାନ୍ଧିବେ। ଏ ସବୁ ନିୟମ ପାଳନ କଲେ ଏହି ଦୁଇଟି ଜିଲ୍ଲାରେ କରୋନା ସଂକ୍ରମଣ କମିଯିବ ବୋଲି ଆଶା ରଖିଛନ୍ତି ସରକାର। କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।