ଖୋର୍ଦ୍ଧା ( ସଂଘର୍ଷ ମିଡିଆ ) : ଖୋର୍ଦ୍ଧା ମୁନିସିପାଲିଟିରେ ଡିଜିଟାଲ ଡୋର ନମ୍ବରିଂ ଉପରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଏଥିପାଇଁ ଆଜିଠାରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ପ୍ରୋଜେକ୍ଟ ଆରମ୍ଭ ହେଉଥିବା ବେଳେ ନୋଇଡାର ଜିଆଇଏସ କନସୋରିୟମ ସଂସ୍ଥା ଏହାର ଦାୟିତ୍ୱ ନେଇଛି। ରାଜ୍ୟର ୧୧୪ଟି ପୈାରପରିଷଦ, ଏନଏସି, ମହାନଗରରୁ ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମକୁ ଛାଡି ୧୧୨ଟି ସହରାଞ୍ଚଳରେ ଏପରି ଡିଜିଟାଲ ଡୋର ନମ୍ବରିଂ କରାଯିବ। ଏହି କାର୍ଯ୍ୟ ଖୋର୍ଦ୍ଧା ସହରରୁ ଆରମ୍ଭ ହୋଇଛି।