ଖେଳପଡ଼ିଆ ନିଲାମକୁ ବାତିଲ କରିବା ପାଇଁ ତରଡ଼ପଡା ଗ୍ରାମବାସୀଙ୍କ ଦ୍ୱାରା ଗୋବିନ୍ଦପୁର ଗ୍ରାମପଚାୟତ ଆଗରେ ଧାରଣା

47

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଗତକାଲି ବୁଧବାର କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଦ୍ୱାରା ବେଆଇନ ଭାବରେ ଗୋଚର କିସମ ଜମିକୁ ବେତ ବଣ ଦର୍ଶାଇ ନିଲାମ କରାଯାଇଛି। ଯେଉଁ ଜାଗା ବହୁଦିନରୁ ଖେଳ ପଡିଆ ,ସଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗୋଚାରଣ ନିମନ୍ତେ ବ୍ୟବହାର ହୋଇଆସୁଥିଲା।ଏହି ନିଲାମକୁ ବାତିଲ କରିବା ନିମନ୍ତେ ଗୋବିନ୍ଦପୁର ଗ୍ରାମପଞ୍ଚାୟତକୁ ଘେରାଉ ସହ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା।ଜିପିଓ ଉଶାରାଣୀ ଜେନା ଏବଂ ଏବିଡଓ ରୁବି ତପଶ୍ୱନି ଦାସ ପ୍ରତିଶୃତି ଦେଲା ପରେ ପଂଚାୟତ କାର୍ଯ୍ୟାଳୟ ଆଗରୁ ସମିତି ସଭ୍ୟ ଜ୍ଞାନପୂର୍ଣ୍ଣ ବେହେରା,ୱାଡ଼ମେମ୍ବର ହରପ୍ରିୟା ବେହେରା,ପ୍ରମୋଦ ମଲ୍ଲିକ,ବିଶ୍ୱଜିତ ବେହେରା, ଆର୍ତ୍ତତ୍ରାଣ ଭୋଇ, ସୁକାନ୍ତ ଭୋଇ, ଉମାକାନ୍ତବେହେରା, ରାଜକିଶୋର ବେହେରା ଏବଂ ତରଡ଼ପଡା ଗ୍ରାମବାସୀ ଧାରଣା ପ୍ରତ୍ୟାହାର କରିଥିଲେ। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More