ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଲେବର ରୁମ ଇନଚାର୍ଜ ଖୁଲଣା ବାରିକ 2021ମସିହା ପାଇଁ ଜାତୀୟ ଫ୍ଲୋରେନ୍ସ ନାଇଟଙ୍ଗେଲ ଆୱାର୍ଡ ପାଇଁ ମନୋନିତ ହୋଇଛନ୍ତି।ଆଗାମୀ ଦିନରେ ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ଏହି ସମ୍ମାନ ପାଇବେ।ଶ୍ରୀମତୀ ବାରିକଙ୍କର ନିରବଚ୍ଛିନ୍ନ ସେବା ଜିଲା ମୁଖ୍ୟ ଚିକିତ୍ସାଳୟର ଲେବର ରୁମରେ ତାଙ୍କ ଦ୍ବାରା ଗୁଣ ମାନ ସେବା ପ୍ରଦର୍ଶନ, ଅନ୍ୟାନ୍ୟ ନର୍ସିଂ ଅଫିସର ଏବଂ ମେଡ଼ିକାଲ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ନିର୍ଦ୍ଧାରିତ ବିଭିନ୍ନ କ୍ବାଲିଟି ସେବା ତଥା ସମସ୍ତ ଗର୍ଭବତୀ, ପ୍ରସୂତି ମାଆ ମାନଙ୍କୁ ଗର୍ଭ କାଳୀନ, ପ୍ରସବ କାଳୀନ ଓ ପ୍ରସବ ପରବର୍ତ୍ତୀ ପରାମର୍ଶ ସେବା ପ୍ରଦାନ ସ୍ୱତନ୍ତ୍ରତା ବହନ କରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲକ୍ଷ ସାର୍ଟିଫିକେଟ ପ୍ରାପ୍ତ ହୋଇଛନ୍ତି।ଖାଲି ଅଫିସସମୟ ନୁହେଁ ଅଫିସ ସମୟ ଠାରୁ ଅଧିକ ସମୟ ଦେଇ କିପରି ଲେବର ରୁମରେ ଉନ୍ନତସେବା ଯୋଗାଇବେ, କୋଭିଡ ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ନିରନ୍ତର ସେବା ପ୍ରଦାନ କରିଛନ୍ତି ତାହା ମେଡ଼ିକାଲ କତ୍ତୃପକ୍ଷ ,ଏଡିଏମଓ ମେଡ଼ିକାଲ ଅଜୟ କୁମାର ସ୍ବାଇଁ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର କ୍ଷେତ୍ରବାସୀ ଦାଶ, ଡିପିଏମ ଚକ୍ରଧର ଜେନା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ସମସ୍ତ ସ୍ତ୍ରୀ ଓ ପ୍ରସୂତି ବିଭାଗର ଚିକିତ୍ସକ କର୍ମଚାରୀ ମାନେ ପ୍ରଶଂସା କରିଛନ୍ତି।ଖୁଲଣା ବାରିକ ନିଜେ ସେବାକୁ ନିଜ ଜୀବନରେ ବ୍ରତବୋଲି ଭାବି ସେ ପରିଶ୍ରମ କରିନିଜର କର୍ତ୍ତବ୍ୟ କର୍ମ କରି ଖୁସି ମଧ୍ୟ ହୋଇଛନ୍ତି।ସେ ମଧ୍ୟ ଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ର ଭଲ ଟ୍ରେନର ଅଟନ୍ତି, ସେ ମଧ୍ୟ ଭଲ ଗୀତ ଗାଆନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।