ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ରବିବାର ରାତିରେ ନବରଙ୍ଗପୁର ଜିଲା ଡାବୁଗାଁ ପୋଲିସ ଖୁଡୁଖୁଡି ଖେଳ ଉପରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ରବିବାର ରାତିରେ ପୋଲିସ ପେଟ୍ରୋଲିଂ କରିବା ସମୟରେ ଖବର ପାଇଥିଲେ ଯେ ବୋରିଗାଁ ରେ ଖୁଡୁଖୁଡି ଖେଳ ଚାଲିଛି | ସଙ୍ଗେ ସଙ୍ଗେ ପୋଲିସ ବୋରିଗାଁ ଗ୍ରାମରେ ପହଞ୍ଚି ଥିଲେ | ପଞ୍ଚାୟତ କାର୍ଯ୍ୟ|ଳୟ ପଛ ପଟେ ଚାଲିଥିବା ଖେଳ ଉପରେ ପୋଲିସ ଚଢାଉ କରିଥିଲା | ଏଥିରେ ସମ୍ପୃକ୍ତ ଧୋଡ୍ରା ଗ୍ରାମର ବୈଦୁ ଚାଲାଣ, ମଙ୍ଗୁଳୁ ହରିଜନ ଓ ହରିଶ୍ଚନ୍ଦ୍ର ମାହାରା, ବୋରିଗାଁ ଗ୍ରାମର ଭସମନ କୁମ୍ଭାର ଓ ଡ଼ଙ୍ଗରିଗୁଡା ଗ୍ରାମର ପଦମ ମାଳି ଙ୍କୁ ଗିରଫ କରାଯାଇଛି | ତାଙ୍କ ଠାରୁ ୨୦ ହଜାର ୪ ଶହ ଟଙ୍କା ଓ ପାଲି, ଗୋଟି ଜବତ କରାଯାଇଛି | ଏନେଇ ଥାନା କେସ ନଂ ୧୫୩/୨୨ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ସହ-ଉପ-ନିରିକ୍ଷକ ବିଜୟ କୁମାର ସାହୁ ଓ ଶିଶିରକାନ୍ତ ଘୋଷ ଏବଂ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More