ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

19

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଶନିବାର ରାତ୍ରରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ସିଂସାରୀ ଫାଣ୍ଡି ଅଧୀନ ଝୋଲା ଗ୍ରାମରେ ଏକ ଯାତ୍ରା ଅନୁଷ୍ଠିତ ହୋଇଥିଲା | ଏହି ଯାତ୍ରା ଚାଲିଥିବା ସ୍ଥାନରେ ଏକ ପାର୍ଶ୍ଵରେ ଖୁଡୁଖୁଡି ଖେଳ ଉପରେ ଡାବୁଗାଁ ପୋଲିସ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ସିଂସାରୀ ଫାଣ୍ଡି ଅଧୀନ ଝୋଲା ଗ୍ରାମରେ ଯାତ୍ରା ଚାଲିଥିଲା | ସେଠାରେ ଖୁଡୁଖୁଡି ଖେଳ ଚାଲିଥିବା ଖବର ପାଇ ଡାବୁଗାଁ ଥାନା ପୋଲିସ ଚଢାଉ କରିଥିଲା | ଏଥିରେ ସମ୍ପୃକ୍ତ ସୁଜନ ରାୟ (୪୩), ଲଛମିଧର ଭତ୍ରା (୨୬), ସିବୁରାମ ହାଲଦାର (୬୯) ଓ ଅର୍ଜୁନ ହରିଜନ (୪୫)ଙ୍କୁ ଗିରଫ କରିବା ସହ ଖୁଡୁଖୁଡି ଖେଳରେ ବ୍ୟବହୃତ ସାମଗ୍ରୀ ପାଲି -୧ଟି, ୬ଟି ଗୋଟି ଏବଂ ୩୦୪୦ ଟଙ୍କା ଜବତ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଥାନା ଏଏସଆଇ ବିଜୟ କୁମାର ସାହୁ ଓ ଶିଶିର କାନ୍ତ ଘୋଷ ଏବଂ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |ଏନେଇ ଥାନା କେସ ନଂ ୧୦୬/୨୩ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More