ନବରଙ୍ଗପୁର(ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ପରିସର ରେ ଖାଦ୍ୟ ମେଳା କୁ ଉଦଘାଟନ କଲେ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ବାସ l ଏହି ଅବସରରେ ଖାଦ୍ୟ ମେଳାର ଏକ ସଭା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ସଂଯୋଜକ ରାଜେଶ୍ଵର ସ୍ଵାମୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ବାସ, ସମ୍ମାନିତ ଅତିଥି ଏନ୍ ଜି ଓ ଡେମୋକ୍ରାଟିକ୍ ଆକ୍ସନ ଏଡ୍ ମୁଖ୍ୟ ସୁଶାନ୍ତ ଗରଡା,ଥୁଆମୂଳ ରାମପୁର ସି ଇ ଓ ସିଦ୍ଧାର୍ଥ ଜୁଏଲ, ଅଙ୍ଗନବାଡି ସୁପର ଭାଇଜର ପ୍ରଣମୀତା ପଟ୍ଟନାୟକ, କୁନମୁନ ସେନାପତି, ରୋଜାଲିନ ପ୍ରଧାନ ମଞ୍ଚ ରେ ଉପବେଶନ କରିଥିବା ବେଳେ ବ୍ଳକ ସଂଯୋଜିକା ସସ୍ମିତା ବଳବନ୍ତରାୟ(ଓ ଏମ୍ ଏମ୍) ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ମାଣ୍ଡିଆ ରେ ତିଆରି ଖାଦ୍ୟ ଉପରେ ବ୍ୟାପକ ଆଲୋଚନା କରି କିପରି ସୁସ୍ଥ ରହିବା ସେ ଦିଗରେ ସମସ୍ତଙ୍କୁ ଅବଗତ କରାଇଥିଲେ l ଉକ୍ତ ଖାଦ୍ୟ ମେଳା ସଭାରେ ଅଙ୍ଗନବାଡି କର୍ମୀ, ଏମ୍ ବି କେ, ସି ଆର ପି ଓ ସ୍ଵୟଂ ସହାୟକ ଗୋଷ୍ଠୀମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଏଫ୍ କେ ଷ୍ଟାଫ୍, ଏଫ୍ ପି ଓ ଷ୍ଟାଫ୍, ସି ଆର ପି ବସମନ ମାଳି, ବସନ୍ତ ପୂଜାରୀ, ସୁବାସ ଭତ୍ରାପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଏନ୍ ଜୀ ଓ ମୁଖ୍ୟ ଶ୍ରୀ ଗରଡା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l ତତ୍ ପରେ ଓଡିଶା ମିଲେଟ ମିସନ ରଥ କୁ ସବୁଜ ପତାକା ଦେଖାଇ ଉଦଘାଟନ କରିବା ପରେ ଜୟ ମା ଦୁର୍ଗା ସ୍ଵୟଂ ସହାୟକ ଗୋଷ୍ଠୀ, ଗୀରିଲା ଦ୍ଵାରା ପ୍ରସ୍ତୁତ ହୋଇଥିବା ମାଣ୍ଡିଆ ରେ ତିଆରି ପିଠା, ଲଡୁ, ପକୁଡ଼ି, କ୍ଷୀରି, କେକ୍ ପ୍ରଭୃତି ରଖାଯାଇ ଥିବା ଷ୍ଟଲ୍ କୁ ଫିତା କାଟିବା ପରେ କେକ କାଟି ଉଦଘାଟନ କରିଥିଲେ ସହକାରୀ କୃଷି ଅଧିକାରୀ ଶ୍ରୀ ବିଶ୍ବାସ ମହୋଦୟ l ପରେ ସମସ୍ତେ ମାଣ୍ଡିଆ ରେ ତିଆରି ହୋଇଥିବା ଖାଦ୍ୟ ଖାଇ ତୃପ୍ତ ହୋଇ ଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l