ଭଦ୍ରକ ( ସଂଘର୍ଷ ମିଡିଆ ) : ଦାରିଦ୍ର ସୀମାରେଖା ତଳେ ଥିବା ସମସ୍ତ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ କରି ଖାଦ୍ୟ ଶସ୍ୟ ଯୋଗାଇ ଦେବା ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ତାହା ବାସ୍ତବ ରେ କେତେ ଫଳପ୍ରଦ ହେଉଛି ଦେଖିବା ଏହି ରିପୋଟରେ । ତେଲିଆ ମୁଣ୍ଡରେ ତେଲ ଦେଇ ନିଘୋଡ଼ ନିଦରେ ପ୍ରଶାସନ । ତେଣେ କୋଠାଘର, ଚାରି ଚକିଆଯାନ ର ମାଲିକମାନେ ହାତେଇଛନ୍ତି ରେସନ କାର୍ଡ । ରାଜନୈତିକ ଆକ୍ରୋଶ ହେଉ ଅଥବା ପ୍ରଶାସନିକ ଅପାରଗତା ବଳି ପଡୁଛନ୍ତି ଯୋଗ୍ୟ ହୀତାଧିକାରୀ । ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ ରେ ଏପରି ଘଟଣା ଘଟିଥିବା ବେଳେ ଯୋଗ୍ୟ ହୀତାଧିକାରୀ ଏ ଅଫିସରୁ ସେ ଅଫିସ ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିଲେ କିଛି ସୁଫଳ ମିଳିପାରି ନାହିଁ । ସେଥିପାଇଁ ଆଜି ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ କିଛି ରେସନକାର୍ଡ ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ଧାରଣାରେ ବସିଥିଲେ ।ଏଠାରେ ପ୍ରଶ୍ନ ଉଠୁଛି ଯୋଜନା କାହାପାଇଁ i ଅପରପକ୍ଷରେ ଖାଉଟି କାର୍ଡ ହୀତାଧିକାରୀଙ୍କ କାନ୍ଥରେ ଏହା ସୂଚିତକରାଗଲେ ଅଥବା ଚଞ୍ଚକତା କରି କାର୍ଡ଼ ହାତେଇଥିବା ବ୍ୟକ୍ତି ବିଷେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଯୋଗ୍ୟ ହୀତାଧିକାରୀ ନିଜ ହକ୍ ପାଇ ପାରିବେ ବୋଲି ବୁଦ୍ଧିଜିବୀ ମାନଙ୍କ ମହଲରେ ମତ ପ୍ରକାଶ ପାଉଛି । ଏ ନେଇ ବାସୁଦେବପୁର ଯୋଗାଣ ଅଧିକାରୀ କହିଛନ୍ତି ୧୦ ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ l