କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ସମୁଦ୍ର ବେଳାଭୂମି ଆଜି ଖାଁ ଖାଁ ଲାଗୁଛି। ବିଗତ ଦିନରେ ପେଣ୍ଠ ବେଳାଭୂମି କୁ ବହୁ ପର୍ଯ୍ୟଟକ ମାନେ ବୁଲିବା ପାଇଁ ଆସୁଥିଲେ ଏବେ ବି ଆସୁଛନ୍ତି। ଏବେ ଜିଲ୍ଲା ପ୍ରଶାସନଙ୍କ ତରଫରୁ ପେଣ୍ଠ ବେଳାଭୂମି ଉପରେ ୧୪୪ଧାରା ଜାରି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ତହସିଲଦାର ଓ ରାଜନଗର ଆଇଆଇସି ପେଣ୍ଠ ବେଳାଭୂମି ସ୍ଥଳକୁ ଯାଇ ନାଲିପତାକା ଲଗାଇବା ସହ ପୋଷ୍ଟର ଲଗାଇ ପେଣ୍ଠ ବେଳାଭୂମି ଉପରେ ବହୁ କଟକଣା କରିଛନ୍ତି। ପେଣ୍ଠ ସମୁଦ୍ର ଜଳରେ ପ୍ରବେଶ ନକରିବାପାଇଁ ରୋକ୍ ଲଗାଇଛନ୍ତି। ପେଣ୍ଠ ସମୁଦ୍ର ବେଳାଭୂମି ଟିକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହିତ ଦୁଇଟି ପୋଲିସ ଓ ସେଛାସେବୀ ମାନଙ୍କୁ ମୁତୟନ କରାଯାଇଛି। ଏବେ ଯେଉଁ ପର୍ଯ୍ୟଟକ ମାନେ ଆସୁଛନ୍ତି ସେମାନେ ପେଣ୍ଠ ଘେରିବନ୍ଧ ଉପରେ ଛିଡ଼ାହୋଇ ସମୁଦ୍ରର ପ୍ରାକୃତିକ ଦୃଶ୍ୟମାନ ଉପଭୋଗ କରୁଛନ୍ତି। କେନ୍ଦ୍ରାପଡ଼ା ଓ ରାଜନଗର ଅଞ୍ଚଳର ଗର୍ବ ଓ ଗୌରବ ଏହି ପେଣ୍ଠ ସମୁଦ୍ର ବେଳାଭୂମି ର ଦୃଶ୍ୟ ପଟଭାବେ ପରିଚିତ ହୋଉଥିଲା ବେଳେ ଏବେ ପେଣ୍ଠ ର ଚିତ୍ରପଟ ବଦଳାଯିବାକୁ ଚେଷ୍ଟା କରାଯାଉଛି କି? ଏହି ପ୍ରାକୃତିକ ଦୃଶ୍ୟମାନ ଉପଭୋଗ କରୁଥିବା ପର୍ଯ୍ୟଟକ ମାନେ ବହୁତ ଦୂରରୁ ଆସି ହଜାର ହଜାର ଟଙ୍କା ଖର୍ଚ୍ଚ କରି ନିରାଶ ହେଉଛନ୍ତି। ଏଠି ସଠିକ୍ ରାସ୍ତାଟିଏ ଅଛି ନା ବୁଲାବୁଲି ପାଇଁ ସୁନ୍ଦର ପାର୍କ ଟିଏ ନାହିଁ ପରିଷ୍କାର ଦୋକାନ ଟିଏ ନାହିଁ ପର୍ଯ୍ୟଟକ ରହିବା ପାଇଁ ଘରର ବ୍ୟବସ୍ଥା ମଧ୍ୟ ନାହିଁ। ଏହି ପେଣ୍ଠ ସମୁଦ୍ର ବେଳାଭୂମି ଯଦି ଆନ୍ଧ୍ର ଓ ଅନ୍ୟ ରାଜ୍ୟରେ ହୋଇଥାନ୍ତା। ଅନେକ ଆଗରୁ ବହୁତ ଉର୍ଣ୍ଣତି ହୋଇଥାନ୍ତା। ଏହି ପେଣ୍ଠ ସମୁଦ୍ର ବେଳାଭୂମି କୁ ସରସ ସୁନ୍ଦର କରିବା ପାଇଁ ହେଲେ ସେହି ଘେରିବନ୍ଧ ଠାରୁ ସମୁଦ୍ର ପଯ୍ୟନ୍ତ ଢଳାଇର ଆବଶ୍ୟକ ଥିବାବେଳେ strictଲାଇଟି ଲଗାଇ ଛୋଟ ଛୋଟ ପାର୍କର ଆବଶ୍ୟକତା ରହିଛି। ସରକାର ଓ ସରକାରୀ ଅଫିସର ଓ ସ୍ଥାନୀୟ ରାଜନେତା ମାନେ ଧ୍ୟାନ ଦେଉନାହାନ୍ତି। ଏସବୁ କ୍ଷେତ୍ରରେ ଧ୍ୟାନ ଦେଲେ ଆଗାମୀ ଦିନରେ ରାଜନଗର ପେଣ୍ଠ ବେଳାଭୂମି ଓଡ଼ିଶା ଓ ଭାରତର ଏକ ନଂମ୍ବର ଭାବେ ସ୍ଥାନ ପାଇବ ବୋଲି ଏଠାକାର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍,ଓ ଗଣମାଧ୍ୟମର ପ୍ରତିନିଧିମାନେ ମତଦେଇଛନ୍ତି। କଥାରେ ଅଛି ଯାହାର କାନ ଅଛି ତାର ସୁନା ନାହିଁ, ଯାହାର ସୁନା ଅଛି ତାର କାଳ ନାହିଁ। ରାଜନଗର ଅଞ୍ଚଳରେ ବହୁତ ପ୍ରାକୃତିକ ଲୋଭନୀୟ ଦୃଶ୍ୟମାନ ଅଛି କିନ୍ତୁ ସଠିକ୍ ହିସାବରେ ବ୍ୟବହାର କରୁନାହାଁନ୍ତି ସରକାର। ଏହି ସଂଘର୍ଷ ନ୍ୟୁଜ୍ ଚ୍ୟାନେଲ ତରଫରୁ ସ୍ଥାନୀୟ ରାଜନେତା ମାନଙ୍କୁ ଜଣାଉଛୁ ଯେ ଆଗାମୀ ପିଢ଼ି ପାଇଁ ଆପଣମାନେ ରାଜନଗର ପେଣ୍ଠ ସମୁଦ୍ର ବେଳାଭୂମି ବା ପ୍ରାକୃତିକ ଦୃଶ୍ୟମାନ ପାଇଁ ପର୍ଯ୍ୟଟକ ମାନଙ୍କ ଆନନ୍ଦ ପ୍ରମୋଦ ପାଇଁ ପେଣ୍ଠ ବେଳାଭୂମି ର ପ୍ରକୃତି ପ୍ରତି ଧ୍ୟାନ ଦିଅନ୍ତୁ।