ଖରିଫ ଧାନ ସଂଗ୍ରହ ପାଇଁ ଚାଷିଙ୍କ ନାମ ପଞ୍ଜିକରଣ ନିମନ୍ତେ ପ୍ରଚାର ଅଭିଯାନ ରଥର ଶୁଭାରମ୍ଭ

29

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାନ ସଂଗ୍ରହ ସକାଶେ ଚଳିତ ବର୍ଷ 2022-2023 ପାଇଁ ଜିଲ୍ଲାରେ ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷି ପଞ୍ଜିକରଣ ପ୍ରଚାର ରଥରଶୁଭାରମ୍ଭ ହୋଇ ଯାଇଛି। ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ପ୍ରଚାର ସଚେତନତା ଅଭିଯାନ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଖରିଫ ଧାନ ସଂଗ୍ରହ 1.11 2022 ଠାରୁ 31. 3 .2023 ମଧ୍ୟରେ ପରିଚାଳିତ ହେବ।ଜିଲ୍ଲାରେ ଚାଷୀଙ୍କ ଫସଲ ଅମଳ ସମୟକୁ ଆଖି ଆଗରେ ରଖି ଖରିଫ ଧାନ କ୍ରୟ କରାଯିବ। ଚାଷୀମାନେ ସେମାନଙ୍କ ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତି ପେକ୍ସ ବା ଲେମ୍ପ,ଏସ.ଏଚ.ଜୀ ପାଣି ପଞ୍ଚାୟତ ଆଗୁଆ ପଞ୍ଜିକରଣ କରିବାକୁ ଆବଶ୍ୟକତା ବୋଲି କୁହାଯାଇଛି।ଏହି ସଚେତନତା ରଥ ବିଭିନ୍ନ ଗ୍ରାମକୁ ଯାଇ ପଞ୍ଜିକରଣ ବିଷୟରେ ସଚେତନତା କରାଇବ।ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣର ଶେଷ ତାରିଖ ରହିଛି।ଦୁଇଟି ପ୍ରଚାର ରଥ ମଧ୍ୟରୁ ଗୋଟିଏ ପ୍ରଚାର ରଥ ଜିଲ୍ଲାର କାଶୀ ନଗର ବ୍ଳକ, ଗୁମ୍ମାବ୍ଳକ ଓ ଗୋଶାଣି ବ୍ଳକରେ ପ୍ରଚାର କରିବା ବେଳେ ଅନ୍ୟ ଗୋଟିଏ ପ୍ରଚାର ରଥ ମୋହନାବ୍ଳକ,ଉଦୟଗିରି ବ୍ଳକ, ନୂଆଗଡ଼ବ୍ଳକ ଓ ରାୟଗଡବ୍ଳକ ଗୁଡିକରେ ପ୍ରଚାର କରି ଚାଷୀଙ୍କୁ ସଚେତନତା କରିବ।ଏହି କାର୍ଯ୍ୟକ୍ରମରେ ଏସ.ପି ଜୟ ରାମ ଶତପଥୀ, ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ଏସି.ଏସ.ଓ ଶତ୍ରୁଘନ ଗିରୀ, ଏ.ଆର. ସି.ଏସ ହରିହର ସେଠୀ, ଆର. ଏମ.ସି ସେକ୍ରେଟାରୀ ଏଲ. ରଘୁବାବୁ, କାର୍ଯ୍ୟାଳୟର ବି.କେ.ସେଠୀ ଙ୍କ ସମେତ ଏ.ଆର.ସି.ଏସ ଜିଲ୍ଲା ଯୋଗାଣ ଓ ଆର. ଏମ୍.ସି ବିଭାଗର ବହୁ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ଆର ଏମ୍ ସି କିମ୍ବା ଯୋଗାଣ ବିଭାଗ ଗଣମାଧ୍ୟମକୁ ସୂଚନା ଦେଇ ନଥିବାରୁ ବହୁଳ ମାତ୍ରାରେ ପ୍ରଚାର ପ୍ରସାର ହୋଇ ପାରିନଥିବା ଦେଖିବାକୁ ମିଳିଛି।ଯାହା ଫଳରେ ଚାଷି ସଚେତନତା ନହୋଇ ପାରି ଠକମି ର ସ୍ୱୀକାର ହେଉଛନ୍ତି।ଏପଟେ ରାଜ୍ୟ ସରକାର ପ୍ରଚାର ପ୍ରସାର ସକାଶେ ଗଣମାଧ୍ୟମକୁ ଗୁରୁତ୍ୱ ଦେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଗଣ ମାଧ୍ୟମକୁ ସୂଚନା ନଦେବା ଆଲୋଚନାର ବିଷୟ ପାଲଟିଛି । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More