ଖରାପ ରାସ୍ତା ପାଇଁ ଧାରଣା ଦେଲେ ସ୍ଥାନୀୟ ଯୁବକ

21

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଶିରସୁନ୍ଦରପୁର ଠାରେ ସ୍ଥାନୀୟ ଯୁବକମାନେ ଧାରଣାରେ ବସିଛନ୍ତି।କାକଟପୁର ବ୍ରାଞ୍ଚ କେନାଲ ପ୍ରତାପନଗରୀ ଠାରୁ ଇଚ୍ଛାପୁର ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ କଟକ ଭୁବନେଶ୍ୱର ଯିବା ଆସିବା କରିଥାନ୍ତି।ଚାକିରିଆ,ଦିନମଜୁରିଆ,ହେଉ ଅବା ଚାଷୀଟିଏ ଦୈନିକ ଛତ୍ରବଜାର ପରିବା ନେଇ ଏହି ରାସ୍ତା ଦେଇ ଯାଇଥାଏ।ଝାରପଡା,ଗୋବିନ୍ଦପୁର ,କୋରକରା ଅଂଚଳ ମଧ୍ୟରେ ତିନୋଟି ବାଲିଘାଟ ଥିବାରୁ ଦୈନିକ ଶତାଧିକ ବାଲି ବୋଝେଇ ହାଇବା ଗାଡି ଦିନରାତି ଯାତାୟାତ କରିବାରୁ ରାସ୍ତା ରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଛି।ସ୍କୁଲ କଲେଜ ପିଲା ଯିବା ସମୟରେ ଜୀବନ ପ୍ରତି ବିପଦ ଥିବାର ଗ୍ରାମବାସୀ କହିଛନ୍ତି।ସ୍ଥାନୀୟ ଯୁବକ ଓ ବୁଦ୍ଧିଜୀବୀ ମାନେ ବର୍ଷାରେ ଓଦା ହୋଇ ଧାରଣା ଦେଇଥିଲେ।କଣ୍ଟାପଡା ଅତିରିକ୍ତ ତହସିଲଦାର ଓ ଗୋବିନ୍ଦପୁର ପୋଲିସ ପ୍ରଶାସନ ଆସି ବୁଝାସୁଝା କରିଥିଲେ ଓ ଅତିରିକ୍ତ ତହସିଲଦାର ଦୀର୍ଘ ଦୁଇ କିଲୋମିଟର ରାସ୍ତା ବୁଲି ଖାଲ ଖମା ଦେଖିଥିଲେ ଓ ରାସ୍ତାର ଅବସ୍ଥା ଶୋଚନୀୟ ବୋଲି କହିଥିଲେ ଓ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇବେ ବୋଲି କହିଥିଲେ।କିନ୍ତୁ ଧାରଣା ଦେଇଥିବା ଯୁବକମାନେ ଅଡ଼ି ବସିଥିଲେ କି ଯେପର୍ଯ୍ୟନ୍ତ ରାସ୍ତା ମରାମତି ନହୋଇଛି ଧାରଣା ରୁ ଉଠିବେ ନାହିଁ।lଲଲାଟେନ୍ଦୁ ପାତ୍ର, ପ୍ରମୋଦ ନାୟକ,ଷ୍ଟାଲୀନ ସ୍ୱାଇଁ,ପଙ୍କଜ ପୃଷ୍ଟି,ସଞ୍ଜୟ ବେହେରା,ପ୍ରଫୁଲ୍ଲ ନାୟକ,ନିମାଇଁ ଚରଣ ଗିରି,ବିକ୍ରମ ଭୋଇ ପ୍ରମୁଖ ଧାରଣାରେ ବସିଥିଲେ।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More