ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

42

Get real time updates directly on you device, subscribe now.

ରାଜନଗର(ସଂଘର୍ଷ ମିଡିଆ ) : ଆଜି ଖରସ୍ରୋତା ନଦୀରେ ମେଘା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରୁଥିବା ଆଳି ଓ ରାଜକନିକା ଅଞ୍ଚଳର ବୁଦ୍ଧିଜୀବୀ ମାନେ ଏକ ଗୁପ୍ତ ବୈଠକ ଡକାଇ ଆଲୋଚନା କରିଥିବା ନଜରକୁ ଆସିଛି। ସରକାର ଓ ସ୍ଥାନୀୟ ପ୍ରଶାସନ ଉଭୟଙ୍କ ସହଯୋଗରେ ସେହି ମେଗା ପ୍ରକଳ୍ପ କରାଯାଉଥିବା ଏରିଆକୁ ୧୪୪ ଧାରା ଜାରିକରି ୧୧ ପ୍ଲାଟୁନ ଫୋର୍ସ ମୁତୟନ ରେ ଯୁଦ୍ଧକାଳୀନ ଭିତ୍ତିରେ ଦିନ ଓ ରାତିରେ କାର୍ଯ୍ୟ କରାଉଥିବା କହିଛନ୍ତି ରାଜକନିକା ବାସୀ। ଗତକାଲି ସେହି ପ୍ରକଳ୍ପକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷମାନଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ରାତିରେ ପି ଆର ବଣ୍ଡରେ ଛାଡି ଦେଇଛନ୍ତି।ଆଜି ଏହି ପ୍ରସ୍ତୁତି ବୈଠକରେ ଶତାଧିକ ବୁଦ୍ଧିଜୀବୀ ଓ ମୁରବିମାନେ ସିଧାସଳଖ କହିଛନ୍ତି ସରକାର ଏଠାରେ ଇନସ୍କିମ ବ୍ୟାରେଜ କରନ୍ତୁ ତାପରେ ଏଠାରେ ମେଗା ପାନୀୟ ଜଳ ପ୍ରକଳ୍ପ କରାଇଲେ ଆମର କିଛି ଆପତ୍ତି ନାହିଁ। ଯଦି ସରକାର ଇନସ୍କିମ ବ୍ୟାରେଜ ନକରନ୍ତି ତାହେଲେ ଆମେ ଆମ ମାଟି ଓ ପାଣିପାଇଁ ପୋଲିସ ଗୁଳିରେ ରକ୍ତ ବୁହାଇଦେବୁ ପଛେ ଆମ ଖରସ୍ରୋତାରୁ ଟୋପାଏ ପାଣି ଦେବୁନାହିଁ ବୋଲି ରୋକ୍ ଠୋକ୍ କହିଛନ୍ତି। ଆହୁରି କହିଛନ୍ତି ଆଳି ଓ ରାଜକନିକା ଅଞ୍ଚଳର ସମସ୍ତେ ଜଣେ ଜଣେ ଲଢ଼ୁଆ ସଂଗ୍ରାମୀ ମରିଯିବୁ ପଛେ ହଟିବୁନାହିଁ। ସରକାର ଯଦି ଆମକଥା ନସୁଣନ୍ତି ଆଗାମୀ ଦିନରେ ସରକାରଙ୍କୁ ଆଳି ଓ ରାଜକନିକା ବାସୀଙ୍କ ତରଫରୁ ଉଚିତ୍ ଜବାବ ଦିଆଯିବ। ବୈଠକପରେ ଆସନ୍ତା କାଲିଠାରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ତିବ୍ରତର କରିବାପାଇଁ ରଣହୁଙ୍କାର ଦେଇଛନ୍ତି ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ। (ରାଜକନିକା ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More