କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଜିଲ୍ଲା ରାଜକନିକା-ଆଳିର ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପର ବିବାଦ ତୀବ୍ର ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ ରାତିଅଧିଆ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଉତେଜନା ଦେଖା ଦେବା ସହ ବିରୋଧ କରି ଆସୁଛନ୍ତି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି।ଗତ ମଙ୍ଗଳବାର ଦିନ ପ୍ରକଳ୍ପ ଅଞ୍ଚଳରେ ଦୁଇ ମାସ ପାଇଁ ୧୪୪ଧାରା ଜାରି କରିବା ସହ କାର୍ଯ୍ୟ ଆରମ୍ଭ କରିଥିଲା ପ୍ରଶାସନ।ତେବେ ଏହାକୁ ବିରୋଧ କରି ଟାୟାର ଜାଳି ରାସ୍ତାରୋକ ଓ ଧାରଣା ଦେଇଥିବା ବେଳେ ପୋଲିସ ଶତାଧିକ ଲୋକଙ୍କୁ ଗିରଫ କରି ବିଳମ୍ବିତ ରାତିରେ ଛାଡି ଦେଇଥିଲା। ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛି ।ତେବେ ଆଜି ସଂଗ୍ରାମ ସମିତି ପକ୍ଷରୁ ପ୍ରକଳ୍ପ ବନ୍ଦ ହେବା ଯାଏ ମହାସଂଗ୍ରାମ ଆରମ୍ଭ ହେବ ବୋଲି ଗତକାଲି ବୈଠକରେ ନିଷ୍କର୍ଷ ବାହାରିଥିବାବେଳେ । ଆଜିଠାରୁ ପ୍ରକଳ୍ପ ବନ୍ଦ ହେବା ଯାଏ ଜୋରଦାର ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା l ତୀବ୍ରତର ହେବ ଆନ୍ଦୋଳନ। ପୋଲିସ ଗୁଳିରେ ଜୀବନ ଜୀବ ହେଲେ ପ୍ରକଳ୍ପ କରାଇ ଦେବୁନାହିଁ ବୋଲି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ସୂଚନା ଦେଇଥିଲେ।ମହାସଂଗ୍ରାମ ପାଇଁ ଡାକରା ଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରକଳ୍ପ ଅଞ୍ଚଳକୁ ବ୍ୟାରିକେଟ କରାଯିବା ସହ ବରୁଣାଡିଆ ଛକ ନିକଟରେ ତ୍ରି ସ୍ତରୀୟ ବ୍ୟାରିକେଟ ନିର୍ମାଣ କରାଯାଇଥିଲା।ତେବେ ହଜାର ହଜାର ଆନ୍ଦୋଳନକାରୀ ବ୍ୟାରିକେଟ ଭାଙ୍ଗି ପ୍ରକଳ୍ପ ସ୍ଥଳକୁ ପଶି ଯାଇଥିଲେ। ହଜାର ହଜାର ଉତ୍ୟକ୍ତ ଲୋକମାନେ ପ୍ରକଳ୍ପ ନିର୍ମାଣ ପାଇଁ କରାଯାଇଥିବା ଅସ୍ଥାୟୀ ଅଫିସରେ କ୍ୟାମ୍ପ, ଅଫିସ ,ଗାଡି ଓ ଯନ୍ତ୍ରାଂଶ ସବୁ ଭଙ୍ଗା ରୁଜା କରି ଚୁର ମାର କରି ଦେଇଥିବା ନଜିର ରହିଛି।ଗାଡି ଓଲଟାଇବା ସହ ଗାଡ଼ି ଗୁଡ଼ିକୁ ଭାଙ୍ଗାଭଙ୍ଗି କରିବା ବେଳେ ପୋଲିସ ଆନ୍ଦୋଳନ କାରିଗରଙ୍କୁ ଘଉଡାଇବା ସମୟରେ ପୋଲିସ ଉପରକୁ ପଥର ଫୋପାଡି ପୋଲିସ ବାହିନୀ ବାଧ୍ୟହୋଇ ପଛକୁ ପଛକୁ ଆସିଥିଲେ। ଏହାପରେ ରାଜକନିକା ବାସୀମାନେ କହିଛନ୍ତି ଆମେ ସବୁ ସଂଗ୍ରାମୀ ମାଟିର ପୁଅ ଭାଙ୍ଗିଜିବୁ ପଛେ ଓହରିବୁ ନାହିଁ।ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ , ପ୍ରଶାସନିକ ଅଧିକାରୀ ଓ ୧୬ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ପ୍ରଶାସନିକ ଅଧିକାରୀଙ୍କ ରୁଦ୍ଧଦ୍ୱାର ବୈଠକ ଚାଲିଥିବା ଜଣାପଡିଛି l ଏନେଇ ଆଗକୁ ଦେଖିବାକୁ ବାକି ରହିଲା ପ୍ରଶାସନ କିପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜକନିକା ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।