ଖରଭୂଇଁ ପଥରକ୍ବାରୀ ଓ କ୍ରସର ବିରୁଦ୍ଧରେ ଆନ୍ଦୋଳନ ପହଞ୍ଚିଲା ୧୦ମ ଦିନରେ , ଆଲୋଚନା ପାଇଁ ପହଞ୍ଚିଲେ ଉପଜିଲ୍ଲାପାଳ ଓ ତହସିଲଦାର

23

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ପଥରକ୍ବାରୀ ଓ କ୍ରସର ବନ୍ଦ ଦାବୀରେ ଚାଲିଥିବା ଗଣଧାରଣା ଆଜି ଦଶମ ଦିନରେ ପହଞ୍ଚିଛି । ଆଜି ପବିତ୍ର ମାର୍ଗଶୀର ମାଣବସା ଗୁରୁବାର ଥିବାରୁ ମହିଳାମାନଙ୍କ ଦ୍ବାର ଆନ୍ଦୋଳନ ସ୍ଥଳରେ ଲକ୍ଷ୍ମୀପୂଜା କରାଯାଇଥିବା ପରୀଲିକ୍ଷିତ ହୋଇଛି । ଅପରପକ୍ଷରେ ଅପରାହ୍ନ ୪ଘଣ୍ଟା ସମୟରେ ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାୟକ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ହରଭଙ୍ଗା ଆଇଆଇସି ପୁଷ୍ପଲତା ରାଉତରାୟ ପ୍ରମୁଖ ଗଣଧାରଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଆନ୍ଦୋଳନ ବନ୍ଦକରି ଜିଲ୍ଲାପାଳଙ୍କ ସହ ଆଲୋଚନା ପାଇଁ ଆସିବାକୁ କହିଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳକୁ ଆସନ୍ତୁ ଅଥବା ତାରିଖ ସମୟ ଧାର୍ଯ୍ୟ କରି ଚିଠିକଲେ ଆମେ ନିଶ୍ଚିତ ଆଲୋଚନାକୁ ଯିବୁ ବୋଲି ପ୍ରକାଶ କରିଥିଲେ । ଯେତେବେଳ ପର୍ଯ୍ୟନ୍ତ ଖରଭୂଇଁଠାରେ ପଥର କ୍ବାରୀ ଓ କ୍ରସର ବନ୍ଦ ନ ହୋଇଛି ସେତେବେଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ପ୍ରକାଶ କରିଥିଲେ । ଆଜିବି ସ୍କୁଲରେ ଉପସ୍ଥାପନ ଶୂନ ଥିବା ପରିଲକ୍ଷିତ ହୋଇଛି । ଆଜି ର ଏହି ଗଣଧାରଣାରେ ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାୟକ, ସମ୍ପାଦକ ହୃଦାନନ୍ଦ ଦେହୁରୀ,ରଞ୍ଜନ ବଗର୍ତ୍ତୀ, ବିଷ୍ଣୁରଣା,ଦୁର୍ଗା ପ୍ରସାଦ ସାହୁ, ଶୁଶୀଳ ନାୟକ, ମୋହନ ଦେହୁରୀ, ସନତ ଦେହୁରୀ,ଦେବେନ୍ଦ୍ର ମଲ୍ଲିକ ,ମଞ୍ଜୁ ବଗର୍ତ୍ତୀ,ଅପେଶ୍ବରୀ ଦେହୁରୀ,ନଉରୀ ନାୟକ,ଗୀତାଞ୍ଜଳି ପ୍ରଧାନ, ସେବତୀ ସାହୁ,ରଞ୍ଜୁ ପ୍ରଧାନ, ଭାରତୀ ପାତ୍ର, ଜାମିନୀ ସାହୁ, ପ୍ରମୁଖଙ୍କ ନେତୃତ୍ବରେ ସମସ୍ତ ଗ୍ରାମବାସୀ ଯୋଗଦେଇଥିଲେ । ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More