ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

10

Get real time updates directly on you device, subscribe now.

ନୂଆପଡା(ସଂଘର୍ଷ ମିଡିଆ ) : ଗତ କାଲି ରାତିରେ ଖବର ସଂଗ୍ରହ କରୁଥିବା ସମୟରେ ଖଡ଼ିଆଳ ଥାନା ସମ୍ମୁଖରେ ସାମ୍ବାଦିକ ରବିକାନ୍ତ ଠେଲାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସୂଚନା ମତେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ସମ୍ମୁଖରେ ଗତ କାଲି ରାତିରେ ଖବର ସଂଗ୍ରହ କରୁଥିବା ସମୟରେ ହଠାତ ଥାନାରେ ଥିବା କିଛି ଅସାମାଜିକ ବ୍ୟକ୍ତି ଆସି ରବିକାନ୍ତ ଠେଲାଙ୍କୁ ପଛପଟୁ ଧକ୍କା ଦେବା ସହ ଗାଳି ଗୁଲଜ କରି ବିଧା ଗୋଇଠା ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ।ପୋଲିସ ସମ୍ମୁଖରେ ଜଣେ କାର୍ଯ୍ୟରତ ସାମ୍ବାଦିକ ମାଡ ମାରିବା ଘଟଣାରେ ଆଜି ନୂଆପଡ଼ା ଜିଲ୍ଲାର ସମସ୍ତ ସାମ୍ବାଦିକ ମାନେ ପ୍ରତିବାଦ କରିଛନ୍ତି । ତାସହିତ ଯେଉଁ ଆକ୍ରମଣ କାରି ମାନେ ସଂପୃକ୍ତ ଘଟଣାରେ ସାମିଲ ।ଅଛନ୍ତି ତାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ସାମ୍ବାଦିକ ମାନେ । ଅନ୍ୟପଟେ କାର୍ଯ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲାର ସାମ୍ୱାଦିକ ମାନେ। ନୂଆପଡା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More