ଖବରକାଗଜ ବିତରକଙ୍କୁ ପରିଚୟ ପତ୍ର ପ୍ରଦାନ

31

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : – ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ପାରୁଲ ପଟାୱାରୀ ଜଗତସିଂହପୁର ଜିଲ୍ଲାର ଖବରକାଗଜ ବିତରକମାନଙ୍କୁ ପରିଚୟ ପ୍ରଦାନ କରିଥିଲେ।ଗତ ୨୩/୧୨/୨୦୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାଷୀ ମାଧ୍ୟମରେ ଖବରକାଗଜ ହକର ମାନଙ୍କୁ କୋଭିଡ଼ ସହାୟତା ରାଶି ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ତାଲିକା ଅନୁଯାୟୀ ୧୯୩ ଜଣ ହକରଙ୍କ ପାଇଁ ପରିଚୟ ପତ୍ର ପ୍ରସ୍ତୁତ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଙ୍କ ସଂଯୋଜନା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ପରିଚୟ ପତ୍ର ପ୍ରଦାନର ଶୁଭାରମ୍ଭ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଖବରକାଗଜ ବିତରକ ରବୀନ୍ଦ୍ର ମିଶ୍ର, ଅନନ୍ତ ଚରଣ ସାହୁ, ଲକ୍ଷ୍ମୀଧର ନାଥ, ଅଶୋକ ସ୍ବାଇଁ, ଧନେଶ୍ୱର ଜେନା, କର୍ଣ୍ଣ ନାଥ, ଏବଂ ପବିତ୍ର ବେହେରାଙ୍କୁ ଜିଲ୍ଲାପାଳ ଶ୍ରୀମତୀ ପଟାୱାରୀ ପରିଚୟ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ, ସମସ୍ତ କର୍ମଚାରୀ ଏବଂ ବହୁ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More