ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ବିଜାତଳା ବ୍ଲକ ଅନ୍ତର୍ଗତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କଟି ( ବଡାମତଳିଆ ଶାଖା) ଆଜି ସକାଳ ୧୦ ଘଟିକା ସମୟରେ ବଡାମତଳିଆରୁ ଖନ୍ତ ମାର୍କେଟ କମ୍ପ୍ଲେକ୍ସକୁ ସ୍ତାନ୍ତରିତ ହୋଇ ଯାଇଛି।୧୯୮୧ ମସିହାରୁ ଅବସ୍ଥାପିତ ଦୀର୍ଘ ୪୧ବର୍ଷରୁ ଉର୍ଦ୍ଧ୍ବ ହେବ ବଡାମତଳିଆରେ ଅବସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଗୃହଟି ଜରାଜୀର୍ଣ୍ଣ ହେବାରୁ ବାଧ୍ୟ ହୋଇ ନଵ ନିର୍ମିତ ଗୃହ ଖନ୍ତଛକକୁ ସ୍ତାନ୍ତରିତ ହୋଇଅଛି।ନୂତନ ଗୃହ ପ୍ରବେଶ ଦିବସରେ ବିଜାତଳା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗରଂଜନ ନାୟକ ଦୀପ ପ୍ରଜ୍ଲନ କରି ଫିତା କାଟି ଶୁଭ ଉଧଘାଟନ କରିଥିଲେ।ଆଞ୍ଚଳିକ ପ୍ରବନ୍ଧକ ସୂର୍ଯ୍ୟ ପ୍ରସାଦ ରଥ ବ୍ୟାଙ୍କର ସରକାରଙ୍କ ବିଭିନ୍ନ ଯୋଜନା, ଋଣପ୍ରଦାନ ଇତ୍ୟାଦି ବିଷୟରେ ଉପସ୍ଥିତ ଥିବା ଗ୍ରାହକ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।ଏଥିରେ ଶାଖା ପରିଚାଳକ ନୀତିଶ କୁମାର ମାଝୀ,କ୍ୟାସିୟର ଶାନ୍ତିଲତା ଟିପିରିୟା, ମନୀଷା ଟୁଡୁ ସହଯୋଗ କରିଥିଲେ।ବିଭିନ୍ନ ପ୍ରାନ୍ତରୁ ଆସିଥିବା ବ୍ୟାଙ୍କ ଗ୍ରାହକ ଉପସ୍ଥିତ ରହି ଟଙ୍କା ନେଣଦେନଆରମ୍ଭ ଯାଇଥିଲା। ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।