ନୂଆପଡା(ସଂଘର୍ଷ ମିଡିଆ) : -ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଉପ କାରାଗାର ପରିସରରେ ଅନ୍ତେବସି ମାନଙ୍କ ପାଇଁ ମନରଞ୍ଜନ କାର୍ଯ୍ୟକ୍ରମ ପାଲା ଗାୟକ କୁନାଲ ଚରଣ ବେହେରା ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସବ ଜେଲରେ 72 ଜଣ ଅନ୍ତେବାସୀ ଦୀର୍ଘ ୨ ଘଣ୍ଟା ସମୟ ପର୍ଯ୍ୟନ୍ତ ପାଲା କାର୍ଯ୍ୟକ୍ରମ ଦେଖି ଆନନ୍ଦରେ ବିଭୋର ହୋଇପଡିଲେ |ଅନ୍ତେବାସୀ ମାନଙ୍କ ପାଇଁ ଏପରି ପାଲା କାର୍ଯ୍ୟକ୍ରମ ବହୁତ ଖୁସି ହୋଇ ପାଲା ଗାୟକଙ୍କୁ କିଛି କିଛି ଦକ୍ଷିଣା ଦେବାର ଦେଖିବାକୁ ମିଳିଥିଲା |ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ଉପକାରଗାର ର ଜେଲର ବଳରାମବିଶି ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଲେ ନିରୀକ୍ଷଣ କମିଟି ର ବରିଷ୍ଠ ଆଇନଯିବୀ ଅସିତ ଚନ୍ଦ୍ର ମହାପାତ୍ର ,ବରିଷ୍ଠ ସାମ୍ବାଦିକ ପରମେଶ୍ୱର ବାରିକ ନୂଆପଡା ଜିଲ୍ଲା ଓ ଖଡ଼ିଆଳ ଉପକାରଗାର ମଙ୍ଗଳ ଅଧିକାରୀ ସସ୍ମିତା ମେହେର, ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟାପିକା ପ୍ରଣତି ପଣ୍ଡା, ସାମ୍ବାଦିକ ହେମନ୍ତ ବେହେରା, ଶାମ୍ବ କୁମାର ସରାଫ,ଵାପିନା ସାହୁ, ସମାଜ ସେବୀ ଉମାକାନ୍ତ ରାଉତ ଅତିଥି ଭାବରେ ଯୋଗଦାନ କରି ଅନ୍ତେବାସୀ ଙ୍କ ସହିତ ପାଲା କୁ ଉପଭୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜେଲର କୈଳାଶଚନ୍ଦ୍ର ପତି, ଫାର୍ମାସିଷ୍ଟ ଦେବଦତ୍ତ କଟା ମୁଖ୍ୟ, ମୁଖ୍ୟ କାରାଗାର ରଖି ମନୋଜ ଦାସ ସମେତ କାରାଗାରର ସମସ୍ତ କର୍ମଚାରୀ ଯୋଗଦେଇଥିଲେ | ନୂଆପଡ଼ା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ।