ଢେଙ୍କାନାଳ(ସଂଘର୍ଷ ମିଡିଆ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଜୁରିଆକଟା ବଜାରରେ ୬୨ତମ ଦଶହରା ପର୍ବ ମହାସାମାରୋହରେ ପାଳିତ ହେଉଛି । ପଂଚମୀ ତିଥି ରେ ବଜାର କମିଟି ସଭାପତି ଉପେନ୍ଦ୍ର ମାହୁନ୍ତଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ମହିଳା ମାନେ ୧୦୮ କଳସ ନିକଟସ୍ଥ ବାଲିମି ପୋଖରୀରୁ ଜଳ ଆଣି ମଣ୍ଡପରେ ସ୍ଥାପନା କରିଥିଲେ । ପଣ୍ଡିତ ସଂଜୟ ଆଚାର୍ଯ୍ୟ,ପଣ୍ଡିତ ବିଜୟ ଆଚାର୍ଯ୍ୟ ପୂଜାର୍ଚନା କରିଥିବା ବେଳେ ପ୍ରଫୁଲ କୁମାର ସାହୁ କର୍ତା ଦାୟିତ୍ବ ତୁଲାଇଥିଲେ । ସପ୍ତମୀ ତିଥିରେ ନାଧରା ମହିଳା ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଅଷ୍ଟମୀ,ନବମୀ,ଦଶମୀ ତିଥି ରେ ଅନେକ ରକମର ମନୋରଂଜନ କାର୍ଯ୍ୟକ୍ରମ ସହିତ ରାବଣପୋଡି ଓ ପ୍ରସାଦ ସେବନ ବ୍ୟବସ୍ଥା ରହିଛି ବୋଲି କମିଟି ତରଫରୁ ସୂଚନା ରହିଛି ।