କ୍ୟାମେରା ସମ୍ମୁଖରୁ ୧୨ ଲକ୍ଷ ଟଙ୍କା ଲୁଟ୍ , ଏବେବି ପୋଲିସ ହାତ ଖାଲି

10

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ସହରରେ କ୍ୟାମେରା ସାଜିଛି ଅନ୍ଧ। ଦିନ ଦିପ୍ରହରରେ ଅପ୍ରତିବିନ୍ଦା ଛକରେ ଲାଗିଥିବା କ୍ୟାମେରା ସମ୍ମୁଖରୁ ୧୨ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୪ ଦିନ ବିତିଯାଇଥିଲେ ମଧ୍ୟ ଏବେବି ପୋଲିସ ହାତ ଖାଲି । କ୍ୟାମେରା ଲାଗିବା ସମୟରେ ନିଜେ ଶ୍ରେୟ ନେବାପାଇଁ ସ୍ଵାଧୀନ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଚାଲିଥିଲା ଜୋରଦାର ପ୍ରତିଯୋଗିତା । ଏବେ ଏହି ଲୁଟ୍ ଘଟଣା ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ନେତା କି ପ୍ରଶାସନ । ଏବେ କହିବେ କି ସହର ମଧ୍ୟରେ କିଏ ଲଗେଇ ଥିଲା ଏହି କ୍ୟାମେରା । ଏକ ମାସରୁ ଅଧିକ ଦିନ ହେବ କ୍ୟାମେରା ଲାଗିଥିବା ବେଳେ କାହିଁକି କାର୍ଯ୍ୟକ୍ଷମ ହୋଇ ନଥିଲା । ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More