କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :- ସମାଜର ମୁଖ୍ୟସ୍ରୋତରେ ଆମେ ବି ଜଣେ ଜଣେ ଦାୟିତ୍ୱବାନ ବ୍ୟକ୍ତିତ୍ୱ l ଏମିତି କିଛି ଚିନ୍ତାଧାରା ନେଇ କ୍ୟାନ୍ସର ପୀଡିତାଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼େଇଛନ୍ତି କିନ୍ନର ସମାଜ l କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର କିନ୍ନର ସଂଘର ସଦସ୍ୟମାନେ ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ଗ୍ରାମର କୁନି ମଲ୍ଲିକଙ୍କ ଘରେ ପହଞ୍ଚି ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି l ଖବରମୁତାବକ ବଲୁରିଆ ଗ୍ରାମର କୁନି ମଲ୍ଲିକ କ୍ୟାନ୍ସର ରୋଗରେ ପୀଡିତ ଥିବା ବେଳେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ଥିବା ଜାଣିପରି କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର କିନ୍ନର ସଂଘର ସଦସ୍ୟମାନେ ତାଙ୍କ ପରିବାର ନିକଟରେ ପହଞ୍ଚି ତାଙ୍କୁ ସହଯୋଗର ହାତ ବଢ଼େଇଥିବା ଦେଖିବାକୁ ମିଳିଛି l ପଟ୍ଟାମୁଣ୍ଡାଇରୁ ଶକ୍ତି ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।