ପଦ୍ମପୁର(ସଂଘର୍ଷ ମିଡିଆ) : – ପଦ୍ମପୁର ଅଞ୍ଚଳ କଲେଜର ଛାତ୍ରଛାତ୍ରୀମାନେ ଦୁର୍ନୀତି ନିବାରଣ ପାଇଁ ଅଞ୍ଚଳ କଲେଜରୁ ସାଇକେଲ ଯାତ୍ରା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ଓ ଦୁର୍ନୀତି ନିବାରଣ ପାଇଁ ଦୁର୍ନୀତି ହଟାଓ ସ୍ଳୋଗାନ ଦେବା ସହ ଏକ କ୍ଷୁଦ୍ର ନାଟକ ଦୁର୍ନୀତି ରାକ୍ଷସ ପ୍ରଦର୍ଶନ କରିଥିଲେ। ଏଥିରେ ଯୋଗ ଦେଇଥିଲେ ଭିଜିଲାନ୍ସ ବିଭାଗ ର ଇନ୍ସପେକ୍ଟର ପୁନୀତା ପ୍ରଭା ବାଗେ, ଇନ୍ସପେକ୍ଟର ସୁଷମା ପସାୟତ,କନଷ୍ଟବଲ ଲକ୍ଷ୍ମୀ ଚରଣ ଛତ୍ରିଆ, ଡ୍ରାଇଭର ଗିରିଧାରୀ ଦୀପ, ଅଧ୍ୟାପକ ଶୁଶ୍ରୁତ ହୋତା, ଅଧ୍ୟାପିକା ବୁନି ସାହୁ, ସରୋଜ କୁମାର ନାୟକ, ଅଧ୍ୟାପକ ପ୍ରଶାନ୍ତ ସିଦ୍ଦାର, ସଞ୍ଜୟ ସିଦ୍ଦାର,ଭେଙ୍କଟେଶ ମେହେର, ନାଗରିକ କମିଟି ର ସମ୍ପାଦକ ଆଇନଜୀବୀ ଅଜିତ କୁମାର ଶତପଥୀ ଦୁର୍ନୀତି ନିବାରଣ ଆଇନ ଉପରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ସଚେତନ କରାଇଥିଲେ। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ।