କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନାହାଳପୁର ପଂଚାୟତ ନାହାଳପୁର ଗ୍ରାମର ବାବାଜୀ ସାହୁଙ୍କ 10 ଗୁଣ୍ଠ କୋବି ଚାଷକୁ କେହି ଦୁର୍ବୁତ୍ତ ହାଣି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଖବର ସର୍ବପ୍ରଥମେ ଆମ ସଙ୍ଘର୍ଷ ନିଉଜ ପ୍ରସାରଣ କରିବା ଖବର ପାଇ ନିଆଳି ନିର୍ବାଚନ ମଣ୍ଡଳୀ ନେତା ଅଭିମନ୍ୟୁ ମଲ୍ଲିକ ଘଟଣା ସ୍ଥଳରେ ପହଂଚି ଖବର ପଚାରି ବୁଝିଥିଲେ। ସଂଗେ ସଂଗେ କଣ୍ଟାପଡା ତହସିଲଦାରଙ୍କୁ ଫୋନ କରିଥିଲେ ଯୋଗାଯୋଗ ନହେବାରୁ କଟକ ଜିଲ୍ଲା ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅବଗତ କରିଥିଲେ।ରେଡ଼ କ୍ରସ ପାଣ୍ଠିରୁ ସହାୟତା ଯୋଗାଇବା ସହିତ ହର୍ଟିକଲଚର ଡିପାର୍ଟମେଣ୍ଟକୁ ଜଣାଇ ଯାହା ସହଯୋଗ କରିବା ପାଇଁ ବ୍ୟବସ୍ଥା କରାଇବେ ଉପଜିଲ୍ଲାପାଳ । ଅଭିମନ୍ୟୁ ମଲ୍ଲିକ କୋବି ଗଛ ହାଣିବା ଘଟଣାକୁ ନିନ୍ଦା କରିଥିଲେ ଓ ଗୋବିନ୍ଦପୁର ଥାନା IIC ଙ୍କୁ ନିବେଦନ କରିଥିଲେ ଦୋଷୀକୁ ଖୋଜି ଦଣ୍ଡ ଦେବା ପାଇଁ। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।