କ୍ଲିନ ଓ ଗ୍ରୀନର ସପ୍ତାହନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

67

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) : – କ୍ଲିନ ଓ ଗ୍ରୀନର ସପ୍ତାହନ୍ତ କାର୍ଯ୍ୟ ପରିପ୍ରେକ୍ଷୀରେ ଆଜି ସେକ୍ଟର ୧୬ ସ୍ଥିତ ତୁମକେଲା ଗ୍ରାମର ପ୍ରାୟ ୪୦ବର୍ଷର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଥିଲା। ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀ ଓ ସଂପାଦକ ପ୍ରଦୀପ ଦାସଙ୍କ ପରିଚାଳନାରେ ସଂସ୍ଥାର ସଦସ୍ୟମାନେ ସକାଳ ୭ଟା ସୁଦ୍ଧା ପହଞ୍ଚି ସମ୍ପୂର୍ଣ୍ଣ ମନ୍ଦିର ପ୍ରାଙ୍ଗଣ ସଫା କରି ମନ୍ଦିରକୁ ଏକ ନୂଆ ରୂପ ପ୍ରଦାନ କରିଥିଲେ। ସଂସ୍ଥାର ସଦସ୍ୟ ମାନଙ୍କ ସହମତିରେ ସେହି ପୁରାତନ ମନ୍ଦିରକୁ ପୋଷ୍ୟ ଗ୍ରହଣ କରି ତାର ସୌନ୍ଦର୍ଯୀକରଣ କରାଯିବାର ନିଷ୍ପତ୍ତି ନିଆଯାଇଛି।ପରିଶେଷରେ ସେଠାରେ ସଭାପତି ଓ ସଂପାଦକଙ୍କ ଜନ୍ମଦିନ ସମସ୍ତ ସଦସ୍ୟଙ୍କ ଉପସ୍ଥତିରେ ପାଳନ କରାଯାଇ ମହାପ୍ରଭୁଙ୍କ କରୁଣାଲାଭ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More