ରାଉରକେଲା (ସଂଘର୍ଷ ମିଡିଆ) : – କ୍ଲିନ ଓ ଗ୍ରୀନର ସପ୍ତାହନ୍ତ କାର୍ଯ୍ୟ ପରିପ୍ରେକ୍ଷୀରେ ଆଜି ସେକ୍ଟର ୧୬ ସ୍ଥିତ ତୁମକେଲା ଗ୍ରାମର ପ୍ରାୟ ୪୦ବର୍ଷର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଥିଲା।ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀ ଓ ସଂପାଦକ ପ୍ରଦୀପ ଦାସ ଙ୍କ ପରିଚାଳନାରେ ସଂସ୍ଥା ର ସଦସ୍ୟମାନେ ସକାଳ ୭ଟା ସୁଦ୍ଧା ପହଞ୍ଚି ସମ୍ପୂର୍ଣ୍ଣ ମନ୍ଦିର ପ୍ରାଙ୍ଗଣ ସଫା କରି ମନ୍ଦିର କୁ ଏକ ନୂଆ ରୂପ ପ୍ରଦାନ କରିଥିଲେ। ସଂସ୍ଥା ର ସଦସ୍ୟ ମାନଙ୍କ ସହମତି ରେ ସେହି ପୁରାତନ ମନ୍ଦିର କୁ ପୋଷ୍ୟ ଗ୍ରହଣ କରି ତାର ସୌନ୍ଦର୍ଯୀକରଣ କରାଯିବାର ନିଷ୍ପତ୍ତି ନିଆଯାଇଛି।ପରିଶେଷରେ ସେଠାରେ ସଭାପତି ଓ ସଂପାଦକଙ୍କ ଜନ୍ମଦିନ ସମସ୍ତ ସଦସ୍ୟଙ୍କ ଉପସ୍ଥତିରେ ପାଳନ କରାଯାଇ ମହାପ୍ରଭୁଙ୍କ କରୁଣାଲାଭ କରାଯାଇଥିଲା।