କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

18

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା NUPS ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କ୍ଲଷ୍ଟର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ ରୁ 140 ଜଣ ଛାତ୍ର ଛାତ୍ରୀ ଓ 20 ଜଣ ଶିକ୍ଷକ /ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ l ସୁରଭି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଉକ୍ତ ପ୍ରତିଯୋଗିତା ରେ ସିନିୟର ଓ ଜୁନିଅର ଗୋଷ୍ଠୀ ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇ ଭାଗ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଲୋକନାଥ ପାଢ଼ୀ, ସି ଆର ସି ସି ହୃଦାନନ୍ଦ ଦନ୍ତା, ରାଜେଶ ମହାକୁଡ଼, ରମାକାନ୍ତ କର୍ଣ୍ଣ, ଅଜିତ ଗିରି, ଅଶୋକ ମହାନ୍ତି, ସମ୍ବିତ କୁମାର ପଧାନ, ପ୍ରଭାତ ଖମାରୀ, ବଳଦେବ ପ୍ରହରାଜ, ଅଶୋକ ମହାକୁଡ଼ ପ୍ରମୁଖ ଯୋଗଦେଇଥିଲେ l ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସର୍ବ ଶ୍ରୀ ଆକାଶ ମେହେର ଜୁନାନି PUPS ଚିତ୍ରାଙ୍କନ ରେ ପ୍ରଥମ, ଅଙ୍କିତା ଗୁରୁ କୁଣ୍ଡାମାଲ HS କୁଇଜ ରେ ପ୍ରଥମ, କାହ୍ନା ରଣା ଦପଲା 2 UPS ସୃଜନଶୀଳ ଲିଖନ ରେ ପ୍ରଥମ, ବ୍ୟାସଦେବ ବଗର୍ତ୍ତୀ ବାଲିଯୋରୀ UGME ବକୃତା ରେ ପ୍ରଥମ, ସୀମା ସେଠୀ ପଲଶାଗୋରା NUPS ସଂଗୀତ ରେ ପ୍ରଥମ, ତିଳକ ସାହୁ ଜୁନାନି PUPS ହସ୍ତାକ୍ଷର ଓ ଶୃତଲିଖନ ରେ ପ୍ରଥମ, ଲିପ୍ସା ରଣା ପଲଶାଗୋରା MGPHS ବିତର୍କ ରେ ପ୍ରଥମ, ପ୍ରିୟା ବଣ୍ଡକି MGPHS ପଲଶାଗୋରା ପ୍ରବନ୍ଧ ରେ ପ୍ରଥମ, ଭାଗ୍ୟସିନୀ ନାଏକ ପଲଶାଗୋରା MGPHS ଚିତ୍ରାଙ୍କନରେ ପ୍ରଥମ, ଲୋପାମୁଦ୍ରା ମିଶ୍ର କୁଣ୍ଡାମାଲ NHS କୁଇଜ ରେ ପ୍ରଥମ, ପ୍ରିୟା ବଣ୍ଡକି ପଲଶାଗୋରା MGPHS ସୃଜନ ଶୀଳ ଲିଖନ ରେ ପ୍ରଥମ, ତରଙ୍ଗିନୀ କୁମ୍ଭାର ପଲଶାଗୋରା ବକୃତା ରେ ପ୍ରଥମ, ସାବିତ୍ରୀ ନାଗ ପଲଶାଗୋରା MGPHS ସଂଗୀତ ରେ ପ୍ରଥମ, ପ୍ରଭାସିନୀ ପାଣ୍ଡେ ପଲଶାଗୋରା MGPHS ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ଓ ତରଙ୍ଗିନୀ କୁମ୍ଭାର ପଲଶାଗୋରା NUPS ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ l ଶେଷରେ ପ୍ରତିଯୋଗିତା ମାନଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା l ସୁନ୍ଦର ପରିବେଷରେ ସୁସଂଗଠିତ ଓ ଶୃଙ୍ଖଳିତ ଭାବରେ ସମସ୍ତ କାର୍ଯ୍ୟ ସମାପନ କରାଯାଇଥିଲା l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More