ନବରଙ୍ଗପୁର (ସଂଘର୍ଷ ମିଡିଆ) : ବେକରେ ଓଢ଼ଣୀ ଦେଇ କ୍ରୀଡ଼ା ଶିକ୍ଷୟତ୍ରୀ ତନୁଜା ବିଶ୍ବାସଙ୍କ ଆତ୍ମହତ୍ୟା। ତନୁଜା ଜାମୁରୁଣ୍ଡା ସ୍ଥିତ ବାଳିକା ଆଶ୍ରମ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଥିବା ୧୨ ନମ୍ବର ୱାର୍ଡ କଲୋନୀରେ ରହୁଥିଲେ। 09-07-22 ତାରିଖ ସକାଳେ ତନୁଜା ଘରେ ଥିବା ସମୟରେ ତନୁଜାଙ୍କ ବାପା ତାଙ୍କୁ ଜଳଖିଆ ଦେଇ ବାହାରକୁ ଚାଲି ଯାଇଥିଲେ। ଏହି ସମୟ ମଧ୍ୟରେ ତନୁଜା ନିଜ ବେକରେ ଓଢ଼ଣୀ ଦେଇ ଫ୍ଯାନରେ ଝୁଲି ପଡ଼ିଥିଲେ। ତନୁଜାଙ୍କ ବାପା ଘରକୁ ଫେରି ତନୁଜାଙ୍କ ମର ଶରୀର ଫ୍ଯାନରେ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଉମରକୋଟ ଥାନା ଅଧିକାରୀ ଦୀପକ କୁମାର ଜେନା ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ଶବ ନିକଟରେ ଏକ ସୁଇସାଇଡ ନୋଟ ଏବଂ ମୋବାଇଲ ଫୋନ୍ ଜବତ କରିଛି। ସୁଇସାଇଡ ନୋଟ ରେ ତନୁଜା ଲେଖିଛନ୍ତି ମୃତ୍ୟୁ ପାଇଁ ନିଜେ ଦାୟୀ ଅନୁରୋଧ କରିଛନ୍ତି ଆଗକୁ କୈାଣସି ତଦନ୍ତ ନ କରାଯାଉ। ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଉମରକୋଟ ପୋଲିସ୍ କେସ ନଂ 51/22ରେ ଏହା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।ଛାତ୍ରୀ ଓ ସମସ୍ତଙ୍କ ସହ ମେଳାପି ଥିବାରୁ ଛାତ୍ରୀ ମାନେ ଝୁରିହେଉ ଥିବା ବେଳେ କେହି ବିଶ୍ଵାସ କରିପାରୁ ନାହାନ୍ତି ଆତ୍ମହତ୍ୟା ବୋଲି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।