କ୍ରିଟିକାଲ କେୟାର ହସ୍ପିଟାଲ ପାଇଁ ଶିଳାନ୍ୟାସ

26

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) :- କଟକ-ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅନ୍ତର୍ଗତ କଷଣଅଣ୍ଟାରେ ଏକ କ୍ରିଟିକାଲ କେୟାର ହସ୍ପିଟାଲ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ, ସ୍ଥାନୀୟ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ନଗରପାଳ ହେମନ୍ତ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ରାଜନଗର ଅଧ୍ୟକ୍ଷା ପ୍ରତିଭା ପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅସୋକ ପ୍ରତିହାରୀ, ସିଡିଏମ ଅନିତା ପଟ୍ଟନାୟକ, ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସର ନିରାକାର ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ l ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ରିଟିକାଲ କେୟାର ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଆଳି, ରାଜକନିକା, ରାଜନଗର ଓ ପଟ୍ଟାମୁଣ୍ଡାଇର ଅଞ୍ଚଳର ଦୈନିକ ଶତାଧିକ ରୋଗୀ ଉପକୃତ ହେବେ ବୋଲି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିବା ବେଳେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଡାକ୍ତର ଅଭାବ ରହିଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲ ଅଫିସର ନିରାକାର ପରିଡା ପ୍ରତିକ୍ରିୟାରେ କହିଛନ୍ତି ଉପଖଣ୍ଡସ୍ତରୀୟ ମେଡିକାଲରେ ପର୍ଯ୍ୟାପ୍ତ ଡାକ୍ତର ଉପଲବ୍ଧ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More