କ୍ରିକେଟ ଖେଳାଳୀ ସୌମ୍ୟଙ୍କ ବିୟୋଗରେ ଶୋକସଭା

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ଏକ ଦୁଃଖଦ ଖବର ଘଟିଛି ବୌଦ୍ଧ ଓ ପଡୋଶୀ ସୁବର୍ଣ୍ଣପୁର ଜିଲ୍ଲାରେ । ଘରୋଇ କ୍ରିକେଟ ଖେଳି ବେଶ୍ ଖ୍ୟାତି ଅର୍ଜନ କରିଥିବା ଜଣେ ଯୁବକଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଉଭୟ ସୋନପୁର ଓ ବୌଦ୍ଧ ଜିଲ୍ଲା। ସ୍ବଚ୍ଛ ଭାରତ ସଙ୍ଗଠନ ର ସୋନପୁର -ମନମୁଣ୍ଡାର ଉପଦେଷ୍ଟା ତଥା ଉଭୟ ଅଞ୍ଚଳରେ ପ୍ରାଣୀ ଚିକିତ୍ସାଳୟରେ ଦୀର୍ଘ ବର୍ଷ ଧରି ଉତ୍ତମ ସେବା ଦେଇ ଉତ୍ତମ ସମ୍ପର୍କ ରଖିଆସିଥିବା ଡା.ସୁନୀଲ ମହାପାତ୍ରଙ୍କ ପୁତ୍ର ସୋମ୍ୟ (ବାପୁନି ) 32ଙ୍କର ବିୟୋଗରେ ଆଜି ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ମନମୁଣ୍ଡା ଶୈବ ପୀଠରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ସ୍ୱଚ୍ଛ ଭାରତ ଉଦ୍ୟୋକ୍ତl ତଥା ଅନ୍ୟତମ ପ୍ରତିଷ୍ଠାତା ସୟଦ ଅଲିମୁଲ ଇସଲାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଂଗଠନର ସମସ୍ତ ସଦସ୍ୟଙ୍କ ସମେତ ସୋନପୁର ମନମୁଣ୍ଡା ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ମନମୁଣ୍ଡl ୟଙ୍ଗ ଷ୍ଟାର କ୍ଲବ ର ସଦସ୍ୟ ଯୋଗ ଦେଇ ସ୍ବର୍ଗତ ସୋମ୍ୟ (ବାପୁନି) ର କ୍ରୀଡା, ରକ୍ତ ଦାନ କ୍ଷେତ୍ରରେ ଥିବା ଉଲ୍ଲେଖନୀୟ ଅବଦାନ ଉପରେ ସ୍ମୃତି ଚାରଣ କରିଥିଲେ ଏବଂ ଡା. ମହାପାତ୍ର, ପୁତ୍ର ବଧୂ ଓ ତାଙ୍କ ଆତ୍ମୀୟ ସ୍ୱଜନଙ୍କୁ ଧର୍ଯ୍ୟ ସାହସ ଶକ୍ତି ପ୍ରଦାନ ପାଇଁ ଓ ସ୍ବର୍ଗୀୟ ସୋମ୍ୟଙ୍କ ଅମର ଆତ୍ମା ଶାନ୍ତି ସଦଗତି ପାଇଁ ଫଟୋ ଚିତ୍ରରେ ଧୂପ ଦୀପ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ସାମୁହିକ ପ୍ରାର୍ଥନା କରଯାଇଥିଲା l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More