କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ୍ ସମାଜ ପକ୍ଷରୁ ବୈଠକ ଅନୁଷ୍ଠିତ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ସଭାପତି ହିମାଂଶୁ ଶେଖର ବାଘଙ୍କ ନେତୃତ୍ୱରେ ଆଜି କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ପଦାଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ବ୍ଲକରେ ଵସବାସ କରୁଥିବା ସମସ୍ତ ଖ୍ରୀଷ୍ଟିଆନ ପରିବାରଙ୍କ ବିଭିନ୍ନ ସମସ୍ୟା ଉପରେ ଆଜିର ବୈଠକରେ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକକୁ ବ୍ଲକ ଖ୍ରୀଷ୍ଟିଆନ ସମାଜ ର ସମ୍ପାଦକ ସୁନ୍ଦର ମୋହନ ଶିଷକ ପରିଚାଳନା କରିଥିଲେ। ଉପ ସଭାପତି ବିଲିଅମ ସିଫା, ଉପଦେଷ୍ଟା ରୁବେନ୍ କଚ୍ଛପ, କୋଷାଧକ୍ଷ ଫୁଲଚନ୍ଦ ପାଣି ଆଜିର ବୈଠକରେ ମଂଚାସୀନ ଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବେ ଛତିଶଗଡ ରାଜ୍ୟ ଯୁବ ମଞ୍ଚର ସଂସ୍ଥାପକ ନରେନ୍ଦ୍ର ଭବାନୀ ଯୋଗ ଦେଇ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତାଙ୍କୁ ନିଜ ବକ୍ତବ୍ୟରେ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି। ସମାଜ ଭିତରେ ଭାଇଚାରା ଏକତା ଓ ସମାଜର ବିକାଶ ଉପରେ ବିଶେଷ ଧ୍ୟାନ ଦେବାପାଇଁ ବୈଠକ ରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ସମାଜ ସଭାପତି ଶ୍ରୀ ବାଘ ଉପସ୍ଥିତ ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଦେଇ ଆଜିର ବୈଠକକୁ ଶେଷ କରିଥିଲେ| ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More