କୋଶଲି ଭାଷାର ସାମ୍ବିଧାନିକ ମାନ୍ୟତା ନେଇ ପ୍ରତିଷ୍ଠା ହେବ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ

16

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଓଡିଆତ୍ବର ଚାପ ମଧ୍ୟରେ ପଶ୍ଚିମ ଓଡିଶାବାସୀଙ୍କ ନିଜତ୍ବ ଲୋପ ପାଇ ଯାଉଛି । ପଶ୍ଚିମ ଓଡିଶାବାସୀ ଏକ ଔପନିବେଶିକ ଶାସନ ମଧ୍ୟରେ ଅଣନିଶ୍ବାସୀ ହୋଇଯାଉଛନ୍ତି । ଠିକ୍ ଯେମିତି ଦିନେ ହୋଇଥିଲେ ଓଡିଶାବାସୀ ଯେତେବେଳେ ସେମାନଙ୍କୁ ବଙ୍ଗଳୀ ଲୋକ କହୁଥିଲେ ‘ଉଡିଆ ଏକଟା ଭାଷା ନଏ’ । ଆଜି ସେମିତି କେତେକ ହୀନମନ୍ୟ ବ୍ୟକ୍ତି କହୁଛନ୍ତି କୋଶଳି ଭାଷା ଏକ ସ୍ବତନ୍ତ୍ର ଭାଷା ନୁହେଁ । ଭାଷାବିଦ୍ ମାନଙ୍କ ମତରେ କୋଶଳି ଏକ ସ୍ବୟଂ ସଂମ୍ପୁର୍ଣ୍ଣ ସ୍ବତନ୍ତ୍ର ଭାଷା ଏବଂ ଏହା ଓଡିଆ ଭାଷାଠାରୁ ଅଧିକ ପ୍ରାଚୀନ ଏବଂ ଅଧିକ ବୈଜ୍ଞାନିକ ଓ ଲାଳିତ୍ୟପୂର୍ଣ୍ଣ । ଓଡିଆ ଭାଷାର ଲିପି ଏହି ସୁବର୍ଣ୍ଣପୁର ମାଟିରୁ 1200 ଖ୍ରୀ.ଅ.ରେ ସ୍ତମ୍ଭେଶ୍ବରୀ ଶିଳାଲେଖ ଭାବେ ଉତ୍କୀର୍ଣ୍ଣ ହୋଇଥିଲା । ଏହାର ସାମ୍ବିଧାନିକ ମାନ୍ୟତା ସକାଶେ ଓଡିଶା ସରକରା 2014 ମସିହାରୁ କେନ୍ଦ୍ର ସରକାରଙ୍କ ପାଖକୁ ବିଧିବଦ୍ଧ ପ୍ରସ୍ତାବ ପଠାଇ ସାରିଛନ୍ତି ଯାହା କେନ୍ଦ୍ର ସରକାରଙ୍କ ଶୀତଳ ଭଣ୍ଡାରରେ ସଢୁଛି । କୋଶଲି ଭାଷା ସାମ୍ବିଧାନିକ ମାନ୍ୟତା ପାଇ ନ ଥିବାରୁ ପଶ୍ଚିମ ଓଡିଶାର ଶିଶୁମାନେ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ଯେଉଁଥିପାଇଁ ସେମାନଙ୍କ ବୌଦ୍ଧିକ ବିକାଶରେ ବାଧା ଉପୁଜୁଛି । କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ମତେ ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଦିଆଯିବ । ସେହି ଦୃଷ୍ଟିରୁ ପଶ୍ଚିମ ଓଡିଶାବାସୀଙ୍କ ମାତୃଭାଷା କୋଶଳି ଭାଷାକୁ ଯଥାଶୀଘ୍ର ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ କରିବା ପାଇଁ ଆଜି ଭାଷା ସଂପର୍କିତ ଏକ ସାଧାରଣ ସଭାରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ଏ ସଂପର୍କରେ ସ୍ବମତ ପ୍ରଦାନ କରି ବକ୍ତବ୍ୟ ରଖିଥିଲେ ସମ୍ମାନିତ ଅତିଥି ପ୍ରଫେସର ଶମ୍ଭୁ ଭୂଷଣ ପଣ୍ଡା, ଡ. ଜ୍ୟୋତି ରଂଜନ ବହିଦାର ଓ ଶିକ୍ଷାବିଦ ବ୍ରଜମୋହନ ଦାନୀ । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More