କୋରୋନା ମହାମାରୀ ସମୟରେ ରାଜ୍ୟରେ ଥିବା ଘରୋଇ ବିଦ୍ୟାଳୟ ମାନଙ୍କୁ ସହଯୋଗ କରିବା ପାଇଁ ସରକାରଙ୍କୁ ନିବେଦନ

42

Get real time updates directly on you device, subscribe now.

ଭୁବନେଶ୍ଵର (ସଂଘର୍ଷ ମିଡିଆ ) : କୋରୋନା ମହାମାରୀ ସମୟରେ ରାଜ୍ୟରେ ଥିବା ଘରୋଇ ବିଦ୍ୟାଳୟ ମାନଙ୍କୁ ସହଯୋଗ କରିବା ପାଇଁ ୬ ଦଫା ଦାବୀକୁ କାର୍ଯ୍ୟାକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସଙ୍ଘ । କୋରୋନା ମହାମାରୀ ପାଇଁ ଦୀର୍ଘ ୧୭ ମାସ ସରକାରୀ ଓ ଘରୋଇ ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିବା ବେଳେ ଘରୋଇ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀ ମାନେ ନିୟମିତ ଦରମା ପାଉନାହାନ୍ତି । ତାଛଡା ବିଦ୍ୟାଳୟ ଭିତ୍ତିଭୂମି ସୂଦୄଢ଼ କରିବା ପାଇଁ ସହଯୋଗ ଯୋଗାଇଦେବା,ଘରୋଇ ଵିଦ୍ୟାଳୟ ମାନଙ୍କୁ ସରକାରୀ ସ୍ବୀକୄତି ପ୍ରଦାନ କରିବା, ଘରୋଇ ବିଦ୍ୟାଳୟରେ ବହି ଯୋଗାଇ ଦେବା ଏହି ଭଳି ୬ ଦଫା ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କୁ ଏହି ଦାବୀ ଗୁଡ଼ିକୁ ଦୄଷ୍ଟି ଦେବାପାଇଁ ଆବେଦନ କରିଛନ୍ତି ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସଂଘ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More