କୋରିଅର୍‌ରେ ମୋବାଇଲ ପାଇଲେ ୟୁପି ପୁଲିସ ଏସ୍‌ଆଇ

17

Get real time updates directly on you device, subscribe now.


ପୁରୀ(ସଂଘର୍ଷ ମିଡିଆ) : ପୁରୀରେ ଚୋରି ହୋଇଥିବା ମୋବାଇଲକୁ ଫେରିପାଇଛନ୍ତି ଉତ୍ତରପ୍ରଦେଶର ପୁଲିସ ଏସ୍‌ଆଇ ଧିରେନ କୁମାର ମିଶ୍ର । କୋରିଅର୍ ଯୋଗେ ପୁରୀ ପୁଲିସ ତାଙ୍କୁ ମୋବାଇଲ ପଠାଇଛି । ମୋବାଇଲ ପାଇ ସେ ପୁରୀ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି । ଗତବର୍ଷ ନଭେମ୍ବର ମାସରେ ଧିରେନ ତାଙ୍କ ପରିବାର ସହ ପୁରୀ ଆସିଥିଲେ । ସମୁଦ୍ରକୂଳରେ ତାଙ୍କ ସାମ୍‌ସଙ୍ଗ ମୋବାଇଲ ଚୋରି ହୋଇଯାଇଥିଲା । ଏନେଇ ସେ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁରୀ ପୁଲିସର ଷ୍ଟ୍ରିଟ୍ କ୍ରାଇମ୍ ପ୍ରିଭେନସନ୍ ଆଣ୍ଡ୍ ଡିଟେକ୍‌ସନ ସେଲ୍ ସହଯୋଗରେ ଟାଉନ ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଥିଲା । ସମ୍ପୃକ୍ତ ଲୁଟେରା ଠାରୁ ଏହି ମୋବାଇଲ୍‌ଟି ମିଳିଥିଲା । ପରେ ପୁଲିସ ଧିରେନ୍‌ଙ୍କ ସହ ଯୋଗାଯୋଗ କରି ମୋବାଇଲଟି କୋରିଅର୍‌ରେ ପଠାଇଥିଲା । ବୁଧବାର ଏହି ମୋବାଇଲଟି ଧିରେନଙ୍କ ଘରେ ପହଞ୍ଚିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More