କୋରାପୁଟର ଟ୍ରି ମ୍ୟାନ୍ ରବିନ୍ଦ୍ର କୁମାର ରଣା ପୁରୀ ଯାଇ ସଫେଇ କଲେ ଶ୍ଵେତଗଙ୍ଗା ପୁଷ୍କରିଣୀ

63

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଯକର ଗ୍ରାମର ଚକ୍ରପାଣି ରଣା ଙ୍କ ସୁପୁତ୍ର ରବିନ୍ଦ୍ର କୁମାର ରଣା ନିଜ ଜନ୍ମ ସ୍ଥାନ ଛାଡି କୋରାପୁଟ ଜିଲ୍ଲା ପୂଜାରୀ ପୁଟ ରେ ରହଣି କରି ନିଜେ ଅର୍ଥ ଉପାର୍ଜନ କରି ରହି ଆସୁଥିଲେ l ଦୁଃଖର କଥା ରବିନ୍ଦ୍ରଙ୍କ ଜନ୍ମଦାତା ପିତା ଚକ୍ରପାଣି ରଣା ପୂଜାରୀପୁଟର ତାଙ୍କ ବାସଭବନରେ ସବୁଦିନ ପାଇଁ ତାଙ୍କୁ ଛାଡ଼ି ଆର ପାରିକୁ ଏଇ ଦଶ ଦିନ ହେଲା ଚାଲି ଗଲେ l ଏଇ ଦୁଃଖରେ ରବିନ୍ଦ୍ର ଭାଙ୍ଗି ନ ପଡି ପିତାଙ୍କ ଦଶାହ କାର୍ଯ୍ୟ ଶ୍ରୀକ୍ଷେତ୍ର ଧାମରେ କରିବା ପାଇଁ ମନସ୍ଥ କରି ସାଥିରେ ମାଧବ ପାଙ୍ଗି, ରାଜେଶ ରଣା ଓ ରାହୁଲ ରଣା ଙ୍କୁ ସାଥିରେ ଧରି ଶ୍ରୀକ୍ଷେତ୍ର ଧାମ ପୁରୀରେ ନ ଦିନରେ ପହଞ୍ଚି ଥିଲେ l ଦଶାହ କାର୍ଯ୍ୟ ଶ୍ଵେତଗଙ୍ଗା ରେ କରିବା ପାଇଁ ଆସିଥିବା ବେଳେ ଶ୍ଵେତଗଙ୍ଗା ପୁଷ୍କରଣୀ ପରିବେଶ ଅପରିଷ୍କାର ଦେଖି ସାଙ୍ଗରେ ଆଣି ଆସିଥିବା ତିନି ଜଣ ଓ ପୁରୀରୁ ଆଉ ତିନିଜଣ ମୂଲିଆ ଯୋଗାଡ କରି ନିଜେ ତାଙ୍କ ସହ ମିଶି ଉକ୍ତ ପୁଷ୍କରିଣୀ କୁ ପରିଷ୍କାର ପରିଚ୍ଛନ୍ନ ଦିନ ଦଶ ଘଣ୍ଟା ରୁ ଆରମ୍ଭ କରି ଅପରାହ୍ନ ଚାରିଟା ରେ ଶେଷ କରି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ସ୍ଵଚ୍ଛତା ହିଁ ମୂଳମନ୍ତ୍ର ର ସାର୍ଥକ କରାଇଥିଲେ l ଏଠାରେ ସୂଚନାଯୋଗ୍ୟ ଯେ ସେ ନିଜେ ଫିନାଇଲ ତିଆରି କରି ସାଇକେଲ ଦ୍ଵାରା ଘର ଘର ବୁଲି ବିକ୍ରି କରୁଥିଲେ, ପରେ ମୋଟର ସାଇକେଲରେ ଓ ପରେ ଚାରି ଚକିଆ ଯାନ ରେ ଫିନାଇଲ ବିକ୍ରି କରିବା ସହ ନିଜ ଗାଡି ରେ ଚାରା ଗଛ ସାଥିରେ ଧରି ଯାହାକୁ ଫିନାଇଲ ବିକ୍ରି କରନ୍ତି ମାଗଣାରେ ଚାରା ଗଛ ତାଙ୍କ ବାଡ଼ି ରେ ଲଗାଇ ଗଛର ଯତ୍ନ ନେବାକୁ ଅନୁରୋଧ କରି ନିଜେ କୋରାପୁଟ ର ଟ୍ରି ମ୍ୟାନ୍ ପାଲଟି ଯାଇଛନ୍ତି, ଏପରିକି କୋରାପୁଟର ଟ୍ରି ମ୍ୟାନ୍ କହିଲେ ତାଙ୍କୁ ବୁଝାଯାଇଥାଏ l ଆହୁରି ମଧ୍ଯ ବିଶ୍ୱର ସର୍ବବୃହତ୍ ଫିଲ୍ମ ସିଟି ରାମୋଜି ଠାରେ ଏଇ ସେପ୍ଟେମ୍ବର ସତର ତାରିଖରେ ନିଜ ଗାଡିରେ ଦୁଇ ଶହ ଚାରା ଯଥା-ତେନ୍ତୁଳି, କରଞ୍ଜ, କୁମ୍ଭି, ନିମ୍ବ, ପାହାଡ଼ି, ଅଁଳା,ଅର୍ଜୁନ, ବାହାଡ଼ା, ଜାମୁକୋଳି,,ଶିଶୁ, ପଣସ ଓ ରକ୍ତ ଚନ୍ଦନର ଚାରା ନେଇ ସେଠାରେ ରୋପଣ କରି ପ୍ରଶସଂନୀୟ ହୋଇ ଥିବାବେଳେ ଶ୍ରୀକ୍ଷେତ୍ର ଧାମ ପୁରୀ, ଶାବର ଶ୍ରୀକ୍ଷେତ୍ର କୋରାପୁଟ, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଚାରା ବୃକ୍ଷ ରୋପଣ କରି ସମସ୍ତଙ୍କର ଅତି ପ୍ରିୟ ଭାଜନ ହୋଇ ନିଜେ ନିଜର ସ୍ଵତନ୍ତ୍ର ପରିଚୟ ସ୍ରୁଷ୍ଟି କରି ପାରିଛନ୍ତି l ସେ ସବୁବେଳେ ପରିବଶ ପରିଷ୍କାର କରିବା ଉପରେ ଗୁରୁତ୍ଵ ଦେଇ ଜନ ସାଧାରଣଙ୍କୁ ସ୍ଵଚ୍ଛତା ହିଁ ମୂଳମନ୍ତ୍ର ଉପଦେଶ ଦେଉଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More